• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁ ଠାରୁ ସହର ସବୁଠି ଜମୁଛି ନିର୍ବାଚନ ପ୍ରଚାର। ଭୋଟରଙ୍କ ମନ ଜିଣିବା ପାଇଁ ଜୋରସେରରେ ଲାଗି ପଡିଛନ୍ତି କଂଗ୍ରେସ ବିଜେପି ଓ ବିଜେଡି ପ୍ରାର୍ଥୀ। ଜଟଣୀ ବିଧାନସଭା ଆସନକୁ କେବେ ବିଜେଡି ତ କେବେ କଂଗ୍ରେସ ନିଜ ଅକ୍ତିଆରରେ ରଖି ଆସିଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଏହି ଆସନରେ ତୃତୀୟ ସ୍ଥାନରେ ରହିଥିଲା।

ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ବଡ଼ଜେନା ମାତ୍ର ୨୬,୨୫୬ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ୬୧ ହଜାର ୩୧୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଆଉ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟ ୬୮,୮୪୧ ଖଣ୍ଡ ଭୋଟ ପାଇ ୭ ହଜାର ୫୨୨ ଭୋଟରେ ବିଜୟୀ ହୋଇଥିଲେ।

୨୦୨୪ ନିର୍ବାଚନ ଲାଗି ବିଜେଡି ବିଭୂତି ଭୁଷଣ ବଳବନ୍ତରାୟଙ୍କୁ ରିପିଟ କରିଛି । ସେହିପରି ବିଜେପି ବିଶ୍ୱରଂଜନ ବଡ଼ଜେନାଙ୍କୁ ରିପିଟ୍ କରିଥିବା ବେଳେ ସୁର ଲଢୁନଥିବାରୁ କଂଗ୍ରେସ ନୂଆ ଚେହେରା ସନ୍ତୋଷ ଜେନାଙ୍କୁ ମୈଦାନକୁ ଓହ୍ଲାଇଛି।

ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ସାଙ୍ଗକୁ ଜୋରଦାର ପ୍ରଚାର କସରତରେ ଲାଗିପଡିଛନ୍ତି ତିନି ଦଳର ପ୍ରାର୍ଥୀ । ରାଜ୍ୟ ସରକାରଙ୍କର ବିଫଳତା, ପଦ୍ମ ଓ କେନ୍ଦ୍ର ସରକାରଙ୍କର ସଫଳତାକୁ ନେଇ ବିଜେପି ପ୍ରଚାର ଚଳାଇଛି। ବିଜୁଜନତା ଦଳ ଓ କଂଗ୍ରେସ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦିତା ହଟିବା ପରେ ଏଥର ବିଜେଡି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି । ସେପଟେ ଟିକଟ ନମିଳିବାରୁ ବିଜେଡି ଛାଡ଼ି କଂଗ୍ରେସରୁ ଟିକେଟ ପାଇଥିବା ସନ୍ତୋଷ ଜେନା ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ କିନ୍ତୁ ଜଟଣୀ ବାସିନ୍ଦା ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି କହିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now