• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ମାନିବାକୁ ପଡ଼ିବ ମୋଦିଙ୍କୁ । ଏତେ ଗହଳି ଭିତରେ ବି ଜଣେ ସାମ୍ବାଦିକଙ୍କ ଅସୁସ୍ଥତାକୁ ଦେଖିପାରିଲେ । ଆଉ ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ନିଜ ଡାକ୍ତରୀ ଟିମ୍‌କୁ ପଠାଇଲେ । ସେ ଆଜି ନିଜର ମହନୀୟତା ଦେଖାଇଲେ ।’ ସାରା ରାଜ୍ୟରେ ଏବେ ଏଭଳି ଆଲୋଚନା ଚାଲିଛି । ପ୍ରତ୍ୟେକ ସାଧାରଣ ଲୋକଙ୍କ ମୁହଁରେ ଆଜି ଏଭଳି କଥା ଶୁଣିବାକୁ ମିଳୁଛି । 

ଆଜି ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ରିପୋର୍ଟିଂ ବେଳେ ଜଣେ ସାମ୍ବାଦିକ ପ୍ରବଳ ଗରମରେ ହଠାତ ଅଚେତ ହୋଇଯାଇଥିଲେ । ଏହି ସମୟରେ ମଞ୍ଚରେ ଭାଷଣ ଦେଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ନଜର ସଂପୃକ୍ତ ଅସୁସ୍ଥ ସାମ୍ବାଦିକଙ୍କ ଉପରେ ପଡ଼ିଥିଲା । ତୁରନ୍ତ ସେ ସାମ୍ବାଦିକଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ ମୋଦି । ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।

ଅଧିକ ପଢ଼ନ୍ତୁ: ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପଛରେ କାହା ଷଡ଼ଯନ୍ତ୍ର ? ପଚାରିଲେ ମୋଦି...

ଆଜି ବାରିପଦାରେ ମୋଦି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ନବୀନଙ୍କ ସ୍ୱସ୍ଥ୍ୟ ଖରାପ ପ୍ରସଙ୍ଗ ଉଠାଇଛନ୍ତି । ଆଉ ପଚାରିଛନ୍ତି ଅଚାନକ କେମିତି ବର୍ଷେ ଭିତରେ ନବୀନଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ହେବ । ବାରିପଦା ସଭାରେ ପ୍ରଧାନମନ୍ତ୍ରୀ ମୋଦି ଏହି ବଡ଼ ଘୋଷଣା କରିଛନ୍ତି । ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ । ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯାଇ ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତାହାର ଯାଞ୍ଚ କରାଯିବ ବୋଲି ଆଜି ବାରିପଦା ସଭାରେ ଘୋଷଣା କରିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: ବାରମ୍ବାର ଅପମାନ ! ପ୍ରଥମେ ସଭାରେ ନବୀନଙ୍କ ହାତକୁ ଟାଣିଲେ, ଏବେ ଗୋଡ଼ରେ ଖେଞ୍ଚିଲେ !

OTV is now on Whatsapp

Join and get latest news update delivered to you via whatsapp

Join Now