Advertisment

ଆଜି ପ୍ରଚାରରେ ଲାଗିବ ବ୍ରେକ୍‌; ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

author-image
Sonali Ojha
ଅଦ୍ୟତନ ହୋଇଛି
2024 General Elections Phase 7 Campaigning ends

2024 General Elections Phase 7

ଜୁନ୍ ପହିଲାରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଆଜି ଜୋରଦାର ପ୍ରୟାସ କରିବେ ପ୍ରାର୍ଥୀ । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।

Advertisment

ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ସେହିପରି ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ଏହି ଆସନ‌ରେ ମୋଗଦିଙ୍କ ବିରୋଧରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ବିଏସପି ଅଥାର ଜମଲ ଲରିଙ୍କୁ ଟିକେଟ ଦେଇଛି। ଉକ୍ତ ଆସନରେ ୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍‌ ୭ ଜଣ ପ୍ରାର୍ଥୀ ଅଛନ୍ତି।

ଅଧିକ ପଢ଼ନ୍ତୁ: 'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

ସେହିପରି ହମିରପୁରରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ସେ ଏହି ଆସନରୁ ଲଗାତାର ୩ ଥର ଜିତି ଆସିଛନ୍ତି। ଲଗାତାର ଚତୁର୍ଥ ଥର ପାଇଁ ସେ ଉକ୍ତ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ କଂଗ୍ରେସର ସତପାଲ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଆର୍‌କେ ସିଂହ ଲଗାତାର ତୃତୀୟ ଥର ପାଇଁ ବିହାରର ଆରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଏସ୍‌ପିର ଲାଲ୍‌ ବାଦଶାହ ସିଂହ ଉକ୍ତ ଆସନରେ ଲଢ଼ୁଛନ୍ତି।

ପଂଜାବର ଜଳନ୍ଧର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଜେପି ସୁଶୀଲ କୁମାର ରିଙ୍କୁଙ୍କୁ ଉକ୍ତ ଆସନରେ ପ୍ରାର୍ଥୀ କରିଛି। ହିମାଚଳପ୍ରଦେଶର ମଣ୍ଡି ଆସନରୁ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ୁଛନ୍ତି। ପ୍ରଥମ ଥର ପାଇଁ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅଙ୍କୁ କଂଗ୍ରେସ ଉକ୍ତ ଆସନରେ ପ୍ରାର୍ଥୀ କରିଛି।

BJD BJP Congress General Election 2024
Advertisment
Advertisment