Advertisment

କେନ୍ଦ୍ରାପଡାରେ ବିଜେଡିକୁ ମୋଦିଙ୍କ ନିଶାନା; କହିଲେ,‘ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ’

କେନ୍ଦ୍ରାପଡ଼ା ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଜୟନ୍ତ ମୋ ବନ୍ଧୁ, ଜଣେ କର୍ମଠ ବ୍ୟକ୍ତି । ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

author-image
Sujit kumar Swain
ଅଦ୍ୟତନ ହୋଇଛି
You Must Ensure Baijayant Panda Victory With Record Margin, PM Modi Says to Kendrapara people

PM Narendra Modi

କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ସହ ସବୁ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । କେନ୍ଦ୍ରାପଡ଼ା ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଜୟନ୍ତ ମୋ ବନ୍ଧୁ, ଜଣେ କର୍ମଠ ବ୍ୟକ୍ତି । ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Advertisment

ଅନ୍ୟପଟେ କେନ୍ଦ୍ରାପଡ଼ା ସଭାରେ ବିଜେଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଶାଣିତ ଆକ୍ରମଣ କରିଛନ୍ତି । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ, ଭବ୍ୟ ନିର୍ମାଣର ବର୍ଷ ହେବ । ୪ ଜୁନ୍‌ ପର ୬ ମାସ ଦେଶ ବିକାଶର ନୂଆ ଗତି ଧରିବ । ଦେଶରେ ଯେତେ ପରିବାରବାଦୀ ପାର୍ଟି ଅଛି, ନିରାଶା ଚରମରେ ଅଛି । ବାରମ୍ବାର ହାରିବା ଯୋଗୁଁ ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି । ଆଗାମୀ ୬ ମାସ ମଧ୍ୟରେ ପରିବାରବାଦୀ ପାର୍ଟି ଭାଙ୍ଗିଯିବ । କବ୍‌ଜାକାରୀ ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା । ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି କହିଛନ୍ତି ମୋଦି  

Advertisment


ଅଧିକ ପଢ଼ନ୍ତୁ: ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପଛରେ କାହା ଷଡ଼ଯନ୍ତ୍ର ? ପଚାରିଲେ ମୋଦି...

ଆହୁରି କହିଛନ୍ତି ଯେ, ‘ଜୁନ୍‌ ୧୦ର ନିମନ୍ତ୍ରଣ ଦେବାକୁ ମୁଁ ଏଠାକୁ ଆସିଛି । ୧୦ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ । ବିଜେପି ମୁଖ୍ୟମନ୍ତ୍ରୀ ଏହି ମାଟିର ପୁଅ କିମ୍ବା ଝିଅ ହେବେ । ଓଡ଼ିଆ ସଂସ୍କୃତି ଉପରେ କବ୍‌ଜା ଚାହୁଁଥିବା ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା । ଓଡ଼ିଶା ଏଥର ଚାହୁଁଛି ଡବଲ ଇଂଜିନ ସରକାର । ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂକମ୍ପ ହେବ । ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା । ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି । ୨୫ ବର୍ଷ ପରେ ଲୋକ ପରିବର୍ତ୍ତନ ପାଇଁ ଭୋଟ କରିଛନ୍ତି । ଦାଦନ ସରକାର ହଟାଇବା ପାଇଁ ଓଡ଼ିଶା ଭୋଟ କରିଛି ।’

ସେହିପରି ପୁଣି ମହାପ୍ରଭୁଙ୍କ ରତ୍ନଭଣ୍ଡାର କଥା ଉଠାଇ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ମୋଦି । କହିଛନ୍ତି ଯେ, ‘ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଓଡ଼ିଶା ଭୋଟ୍‌ ଦେଇଛି । ବିଜେପି ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବ  । ଓଡ଼ିଶାର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ । ଆପଣଙ୍କର ବିକାଶ, ମୋଦିର ସଂକଳ୍ପ । ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି  । ପକ୍କା ଘର ମିଳିବାକୁ ଲୋକ ଏଥର ବିଜେପିକୁ ଭୋଟ ଦେଇଛନ୍ତି । ଲୋକଙ୍କୁ ଭେଟି କହନ୍ତୁ, ମୋଦି ଆପଣଙ୍କୁ ପକ୍କା ଘର ଦେବେ । ଓଡ଼ିଶାରେ ପାଣି ଅଛି, ଚାଷୀର ଜମି କିନ୍ତୁ ଶୁଖିଲା ପଡ଼ିଛି । ଏହି ଅବସ୍ଥା ବଦଳାଇବା ପାଇଁ ଓଡ଼ିଶା ବିଜେପିକୁ ଭୋଟ ଦେଇଛି । ମୋଦି ଚାଉଳକୁ ବିଜେଡିର ଲୁଟ୍‌ ଶେଷ ପାଇଁ ଭୋଟ ଦେଇଛି ଓଡ଼ିଶା । ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ରିପୋର୍ଟିଂ ବେଳେ ଅସୁସ୍ଥ ହେଲେ ସାମ୍ବାଦିକ, ନିଜ ଟିମ୍‌ର ଡାକ୍ତରୀ ସେବା ଯୋଗାଇଲେ ମୋଦି

Narendra Modi BJP Baijayant 'Jay' Panda Baijayant Panda PM Narendra Modi General Election 2024
Advertisment
Advertisment