/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717040426.jpg)
IPS Ashish Singh
୨ବରିଷ୍ଠ IPSଙ୍କ ଉପରେ ନିର୍ବାଚନ କମିଶନଙ୍କ ପ୍ରହାର ପରେ ହଟଚମଟ । ECIଙ୍କ ଜାଲରେ ଛନ୍ଦି ହୋଇଥିବା IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶାସକ ଦଳ ପ୍ରତି କିଭଳି ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ପଦବୀର ଅପବ୍ୟବହାର କରୁଥିଲେ, ସେନେଇ ଲାଗିରହିଛି ନାନା ଚର୍ଚ୍ଚା ।ଏହାରି ଭିତରେ IPS ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଂଚ ହେବ। ଏଥିପାଇଁ ଏମସରେ ପହଞ୍ଚିଲେ ଆଶିଷ ସିଂହ ।
ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଏହି ସ୍ବତନ୍ତ୍ର ମେଡିକାଲ ବୋର୍ଡ IPS ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବ । AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ‘ଏକଜିଟ୍ ପୋଲ’ ପ୍ରସାରଣ, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI
ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍। କେଉଁ ଶାରିରୀକ ସମସ୍ୟା ପାଇଁ ମେଡ଼ିକାଲ୍ ଲିଭରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିଭାଗ ଦାୟିତ୍ବରେ ଥିବା IPS ଆଶିଷ ସିଂ? ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରି ରିପୋର୍ଟ ଦେବାକୁ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷଙ୍କୁ ECIଙ୍କ ନିର୍ଦ୍ଦେଶ ପରେ ସ୍ବତନ୍ତ୍ର ବୋର୍ଡ ଗଠନ କରାଯାଇଛି।
ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ । ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ କହିବା କଥା, ବିଜେଡ଼ିର ସାଂଗଠନିକ କାର୍ଯ୍ୟ ସହ ନିର୍ବାଚନ ପରିଚାଳନା କରୁଥିଲେ ଏହି ଦୁଇ ବାବୁ। ଯଦି କୌଣସି ବିଜେଡି ନେତା ଦଳ ବିରୋଧୀ କାର୍ଯ୍ୟ କରନ୍ତି, ତାଙ୍କୁ ମିଛ କେସରେ ଛନ୍ଦିବାକୁ ଧମକ ଦିଅନ୍ତି। କେବଳ ଏତିକି ନୁହେଁ, ଫୋନ୍ ଟାପିଂ କରି ନେତା ଓ ଆଗଧାଡ଼ିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଜୁନିୟର ଅଫିସରଙ୍କ ଦ୍ବାରା ନଜର ରଖୁଥିଲେ ଏହି ୨ IPS। ସମାନ ଅଭିଯୋଗ ଆଣି ଗତ ଏପ୍ରିଲରେ ନିର୍ବାଚନ କମିଶନଙ୍କୁ ବିଜେପି ବି ଫେରାଦ୍ ହୋଇଥିଲା। କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ରେକର୍ଡ-CDR ଯାଞ୍ଚ ସହ ସାର୍ବଜନୀନ କରିବାକୁ ଦାବି ଜଣାଇଥିଲା ଦଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)