Advertisment

ECIଙ୍କ ଆକ୍ସନ ପରେ ହଲଚଲ୍; ବିଜେଡି ଉପରେ ବିଜେପିର ଜୋରଦାର ହମଲା

ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

DS Kutey

୨ ବରିଷ୍ଠ IPSଙ୍କ ଉପରେ ନିର୍ବାଚନ କମିଶନଙ୍କ ପ୍ରହାର ପରେ ହଟଚମଟ । ECIଙ୍କ ଜାଲରେ ଛନ୍ଦି ହୋଇଥିବା IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶାସକ ଦଳ ପ୍ରତି କିଭଳି ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ପଦବୀର ଅପବ୍ୟବହାର କରୁଥିଲେ, ସେନେଇ ଲାଗିରହିଛି ନାନା ଚର୍ଚ୍ଚା । ଅପରପକ୍ଷେ ECIଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ବର ଏମ୍ସରେ ୬ଜଣିଆ ଟିମ୍ ଗଠନ କରାଯାଇଥିବାବେଳେ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବାକୁ ନିଲମ୍ବିତ କୁଟ୍ଟେ ଦିଲ୍ଲୀ ପହଞ୍ଚିଥିବା ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍। କେଉଁ ଶାରିରୀକ ସମସ୍ୟା ପାଇଁ ମେଡ଼ିକାଲ୍ ଲିଭରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିଭାଗ ଦାୟିତ୍ବରେ ଥିବା IPS ଆଶିଷ ସିଂ ? ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରି ରିପୋର୍ଟ ଦେବାକୁ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷଙ୍କୁ ECIଙ୍କ ନିର୍ଦ୍ଦେଶ ପରେ ସ୍ବତନ୍ତ୍ର ବୋର୍ଡ ଗଠନ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୬ ଜଣିଆ ବୋର୍ଡ। ଯେଉଁଥିରେ ରହିଛନ୍ତି ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଏବଂ ନ୍ୟୁରୋ ଆଦି ବିଭାଗର ବିଶେଷଜ୍ଞ। ମେଡିକାଲ ଯାଞ୍ଚ ପାଇଁ ଆଶିଷ ସିଂହ AIIMS ଆସିଲେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ ଏହି ମେଡ଼ିକାଲ୍ ବୋର୍ଡ।

Advertisment

ସେପଟେ ନିଲମ୍ବିତ IPS ଡିଏସ୍ କୁଟ୍ଟେଙ୍କୁ ଆଜି ଅପରାହ୍ନ ୩ଟା ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ ଅଫିସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ECI । ଆଉ ସେହି ନିର୍ଦ୍ଦେଶ ବଳରେ କୁଟ୍ଟେ ଦିଲ୍ଲୀରେ ପହଞ୍ଚିଥିବା କୁହାଯାଉଛି। କିନ୍ତୁ ସଂଧ୍ୟା ସୁଦ୍ଧା କୁଟ୍ଟେ ଆବାସିକ କମିଶନରଙ୍କ ଅଫିସରେ ପହଞ୍ଚିନଥିଲେ । ତେବେ ଏଠି ପ୍ରଶ୍ନ, କାହିଁକି ଏହି ୨ ବରିଷ୍ଠ IPS ଅଧିକାରୀଙ୍କ ବିରୋଧରେ ହୋଇଛି ଏଭଳି ଆକ୍ସନ ? ନବୀନ ସରକାରରେ କି ଭୂମିକା ନିଭାଉଥିଲେ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂ ? ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ । 

ଅଧିକ ପଢ଼ନ୍ତୁ: 'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ କହିବା କଥା, ବିଜେଡ଼ିର ସାଂଗଠନିକ କାର୍ଯ୍ୟ ସହ ନିର୍ବାଚନ ପରିଚାଳନା କରୁଥିଲେ ଏହି ଦୁଇ ବାବୁ। ଯଦି କୌଣସି ବିଜେଡି ନେତା ଦଳ ବିରୋଧୀ କାର୍ଯ୍ୟ କରନ୍ତି, ତାଙ୍କୁ ମିଛ କେସରେ ଛନ୍ଦିବାକୁ ଧମକ ଦିଅନ୍ତି। କେବଳ ଏତିକି ନୁହେଁ, ଫୋନ୍ ଟାପିଂ କରି ନେତା ଓ ଆଗଧାଡ଼ିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଜୁନିୟର ଅଫିସରଙ୍କ ଦ୍ବାରା ନଜର ରଖୁଥିଲେ ଏହି ୨ IPS। ସମାନ ଅଭିଯୋଗ ଆଣି ଗତ ଏପ୍ରିଲରେ ନିର୍ବାଚନ କମିଶନଙ୍କୁ ବିଜେପି ବି ଫେରାଦ୍ ହୋଇଥିଲା। କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ରେକର୍ଡ-CDR ଯାଞ୍ଚ ସହ ସାର୍ବଜନୀନ କରିବାକୁ ଦାବି ଜଣାଇଥିଲା ଦଳ।

ଏଭଳି ତମାମ ଅଭିଯୋଗ ଏବଂ ECIଙ୍କ ଛାଟ ପରେ ତେଜିଛି ରାଜ୍ୟ ରାଜନୀତି। ECIଙ୍କ ଆକ୍ସନକୁ ସହଜରେ ଗ୍ରହଣ କରିପାରୁନଥିବା ବିଜେଡ଼ି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି। ଦଳ କହିଛି, ବିଜେପି ECIଙ୍କୁ ବ୍ୟବହାର କରୁଛି। ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିଥିବା ୨ ଦକ୍ଷ ପୋଲିସ ଅଧିକାରୀଙ୍କ ବିରୋଧରେ ନିଆଯାଇଥିବା ଏଭଳି କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ। 

ସେପଟେ ECIଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିକୁ ସମାଲୋଚନା କରିବା ସହ ପାଲଟା ଆକ୍ରମଣ କରିଛି ବିଜେପି। ବରିଷ୍ଠ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ। ନକ୍ସଲ ବିରୋଧୀ ଅଭିଯାନ ଗୃହ ମନ୍ତ୍ରାଳୟର ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲେ।  ତେବେ କିଏ କେତେ ଡାଇନାମିକ୍ ସେ କଥା ଜଣାପଡ଼ିଯିବ। ଡାଇନାଜିମ୍ ନୁହେଁ, ଗୋଟିଏ ଦଳ ବା ବ୍ୟକ୍ତିର ସ୍ବାର୍ଥ ସାଧନ କରିବା। 

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ‘ଏକଜିଟ୍‌ ପୋଲ’ ପ୍ରସାରଣ, ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI

Odisha Election Election Commission Of India Odisha Politics IPS Officer General Elections 2024
Advertisment
Advertisment