ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ କି ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ ?
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।
ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।
୨୬ରେ ମାଟ୍ରିକ ରେଜଲ୍ଟ । ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।
ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି।
ପ୍ରଚାର ବେଳେ ହଟହଟା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ନହେବାରୁ ଘେରିଲେ ଗ୍ରାମବାସୀ। ନରସିଂହପୁର ବ୍ଲକ କମଳାଡିହ ପଞ୍ଚାୟତରେ ଘଟିଛି ଘଟଣା ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।
ସରିଛି ସମସ୍ତ ପ୍ରସ୍ତୁତି। ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୪ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ସନ୍ଧ୍ୟା ୦୭.୨୫ ଗତେ ୨ୟା। ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ସନ୍ଧ୍ୟା ୦୭.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଶାସନକୁ କବ୍ଜା କରି ରାଜ୍ୟ ବିକାଶକୁ ୫୦ ବର୍ଷ ପଛକୁ ନେଇ ଯାଇଛି ଏଠିକାର ବାବୁରାଜ୍। ଆଜି ଏମିତି ପ୍ରଚଣ୍ଡ ହମଲା କରିଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ।
ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧକ ରଖାଯାଇଛି । ପ୍ରେସମିଟରେ ଭିଡିଓ ଦେଖାଇ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।
ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତ ସେପଟେ ସମ୍ବଲପୁର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନ ଏବଂ ପାଣ୍ଡିଆନଙ୍କୁ ଧୂଲେଇ କରିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ୪ଟି ଜାଗାରେ ମାରାଥନ୍ ପ୍ରଚାର କରିବା ପରେ ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ ।
ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ପଡ଼ିବ ଭୋଟ୍ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ।
ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏଭଳି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ବିଜେଡି ହାରିବା ଭୟରେ ଟଙ୍କା ବଣ୍ଟା ଆରମ୍ଭ କରିଛି ।
ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ।
ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି ।
ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ବିରୋଧ କରିଛି ତେବେ ପ୍ରମାଣ ଦିଅ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।
ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତାଙ୍କର ଏହି କଳା ପାଇଁ ତାଙ୍କୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କୁ କଟକର ଏକ ସଭାକୁ ନିମନ୍ତ୍ରିତ କରି ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।