• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭ୍ୟାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ ସାମାଲୋଚନା କରିବାକୁ ବି ପଛାଇ ନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପାଣ୍ଡିଆନ୍ କହିଛନ୍ତି- ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ECI କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ଆକ୍ସନର ସମ୍ମୁଖୀନ ହୋଇଥିବା ଦୁଇ ଅଫିସର ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଜେଡି ହାତରୁ ପରାଜୟ, ବିଜେପିର ହଜମ ହେଉନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ । ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ଗତକାଲି ସିଏମଓର ଦୁଇ ଜଣ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଥିଲେ କେନ୍ଦ୍ର ନିର୍ବାଚନ ଆୟୋଗ ।

ଅଧିକ ପଢ଼ନ୍ତୁ: ବାରମ୍ବାର ଅପମାନ ! ପ୍ରଥମେ ସଭାରେ ନବୀନଙ୍କ ହାତକୁ ଟାଣିଲେ, ଏବେ ଗୋଡ଼ରେ ଖେଞ୍ଚିଲେ !

ସେପଟେ ସିଏମଓର ଦୁଇ ଅଫିସରଙ୍କ ବିରୋଧରେ ଆକ୍ସନ ଉପରେ ପାଣ୍ଡିଆନଙ୍କ ଅଭିଯୋଗର ମୁହଁତୋଡ ଜବାବ ଦେଇଛନ୍ତି କଟକ ସାଂସଦ ତଥା ବିଜେପି ନେତା ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ECI ନିଶ୍ଚିତ କିଛି ପ୍ରମାଣ ପାଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

କିଛି ଅଫିସର ମିଶି ଓଡ଼ିଶାବାସୀଙ୍କୁ ଉତ୍ପୀଡ଼ନ କରୁଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଅଫିସର ବାଦ୍ ପଡ଼ିବେନି । ବିଜେପି କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭର୍ତ୍ତୃହରି । ସୂଚନାଯୋଗ୍ୟ, ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଥିଲେ ଇସିଆଇ ।

କୁଟ୍ଟେ, ବର୍ତ୍ତମାନ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ କୁଟ୍ଟେ । ଆଜି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ CEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

ଆଉ ଏକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରିଷ୍ଠ IPS ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ମେ ୪ରୁ ମେଡିକାଲ ଲିଭରେ ଅଛନ୍ତି ଆଶିଷ ସିଂ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।

ଏଥିପାଇଁ ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବାକୁ ଆଶିଷ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ରିପୋର୍ଟ ମେ ୩୧ ସୁଦ୍ଧା ECIଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହି IPS ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି ।

କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି CEOଙ୍କୁ ଅଭିଯୋଗ କରିଥିଲା ବିଜେପିର ଏକ ଟିମ୍ । କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଏସପି, IICଙ୍କୁ ଫୋନ୍ କରି ବିଜେଡି କାର୍ଯ୍ୟ କୁଟ୍ଟେ କରାଉଥିବା ବିଜେପି ଅଭିଯୋଗ କରିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now