Advertisment

ବୁଧବାର ରାନ୍ଧଣାରେ ଘରେ ତିଆରି କରନ୍ତୁ ‘ଚିକେନ ସୁପର’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ ସୁପର’

author-image
Pallipuspa Samal
ଅଦ୍ୟତନ ହୋଇଛି
chicken super recipe In Odia Style

chicken super recipe

ଆଜି ବୁଧବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘‘ଚିକେନ ସୁପର’। ଏହି ରେସିପିଟିକୁ ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଚିକେନ ସୁପର’ ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ଡାଲଚିନି, ବଡ଼ ଅଳେଇଚ, ତେଲ, କଟା ପିଆଜ, ବଟା ରସୁଣ, ବଟା ଅଦା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଖଟା ଦହି କିମ୍ବା ଭିନେଗାର।

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲ୍‌ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌ରୁ ହାଡ଼ ବାହାର କରିଦେଇ ଧୋଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ପ୍ରେସର କୁକର ବସାଇ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ ଡାଲଚିନି, ବଡ଼ ଅଳେଇଚ, ଅଦାବଟା ଓ ରସୁଣ ବଟାକୁ ପକାଇ କଷନ୍ତୁ।
  • ଏହାପରେ ସେଥିରେ କଟା ପିଆଜ ପକାଇ କଷନ୍ତୁ। ପିଆଜର ରଙ୍ଗ ବାଦାମୀ ପଡ଼ି ଆସିଲେ ସେଥିରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ଖଟାଦହି କିମ୍ବା ଭିନେଗାର ପକାନ୍ତୁ।
  • ତା’ପରେ ସେଥିରେ ଚିକେନ୍‌ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
  • ଆବଶ୍ୟକ ଅନୁଯାୟୀ ପାଣିଦେଇ ସାରିବା ପରେ ପ୍ରେସର କୁକରକୁ ଢାଙ୍କୁଣୀ ଦେଇ ବନ୍ଦ କରିଦିଅନ୍ତୁ।
  • ଦୁଇଟି ହୁଇସିଲ୍‌ ମାରିବା ପରେ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ସୁପର।
Advertisment

ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲରେ ଘରେ ବନାନ୍ତୁ ସୁଆଦିଆ ‘ଚିକେନ୍ ତଡ଼କା’

Odia Food And Recipes
Advertisment
Advertisment