Advertisment

କ୍ୟାମେରା ଧରି ହେଲିକପ୍ଟରରେ ବୁଲୁଥିବା ପାଣ୍ଡିଆନ କୁଆଡ଼େ ଗଲେ ?

କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍‌ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?

author-image
Manoranjan Behera
ଅଦ୍ୟତନ ହୋଇଛି
Where Is VK Pandian

VK Pandian

କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା। ନା ଗଣମାଧ୍ୟମ ସାମ୍‌ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍‌ କରି ନିଜ ବିବୃତି ରଖୁଛନ୍ତି। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ବେଶ୍‌ ବଢ଼ିବାରେ ଲାଗିଛି। ବିଶେଷ କରି ନିର୍ବାଚନ ପୂର୍ବରୁ IAS ଚାକିରି ଛାଡ଼ି ସଦ୍ୟ ନୂଆନୂଆ ବନିଥିବା ଏହି ନେତାଙ୍କୁ ନେଇ ଜନତାଙ୍କ ମନରେ ଉଠିଲାଣି ଅନେକ ପ୍ରଶ୍ନ।

Advertisment

କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍‌ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ? ଯଦି ବିଜେଡିରେ ରୁହନ୍ତି ତେବେ କେଉଁ ଦାୟିତ୍ୱ ତୁଲାଇବେ ପାଣ୍ଡିଆନ୍‌ ? ଯେହେତୁ ଦଳ ରାଜ୍ୟରେ ଶାସନରେ ନାହିଁ, ବିଜେଡି ପାଇଁ ଏବେ ଅଲୋଡା ହୋଇଯିବେନି ତ ପାଣ୍ଡିଆନ୍‌ ?

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

Advertisment

ବିଜେଡିର ବ୍ରଜରାଜନଗର ସଭାରୁ ଭିକେ ପାଣ୍ଡଆନ୍‌ କହିଥିଲେ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ସଭାମଞ୍ଚରୁ ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ସମ୍ବଲପୁରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢ଼ୁଥିବାରୁ ଧର୍ମେନ୍ଦ୍ର ଅନ୍ୟ କୌଣସି ସ୍ଥାନରେ ରାଲି କରିପାରୁନାହାନ୍ତି ବୋଲି କହିଥିଲେ। ହେଲେ ସମୟର ସୁଅ ଓ ଜନମତ ଆଗରେ ବଦଳି ଯାଇଛି ସବୁକିଛି।

ମୋଦି ମହାବାତ୍ୟାରେ ଲୋଟିପଡ଼ିଛି ୨୪ ବର୍ଷର ସରକାର। ରାଜ୍ୟରେ ପ୍ରାୟ ସବୁଠି ଭାଙ୍ଗିଛି ବିଜେଡି ଗଡ଼। ବିଜେପି ପୋଛି ନେଇଛି ୨୧ରୁ ୨୦ ଲୋକସଭା ଆସନ। ଗତକାଲି ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ନବୀନ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏଯାଏଁ ମିଳୁନି ସାନବାବୁ ଅର୍ଥାତ୍‌ ଭିକେ ପାଣ୍ଡିଆନ୍‌ଙ୍କ ଦେଖା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଉଛି ବିଜେଡିର ବିଫଳତା ପାଇଁ ସମସ୍ତେ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି। ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ହେଲେ ଏପରି ସମୟରେ ପାଣ୍ଡିଆନ କ୍ୟାମେରା ସାମ୍ନାକୁ ନଆସିବା ଓ ଦଳକୁ ନେଇ କିଛି ନକହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଲି ଏତିକି ଯେ ତାହା ନୁହେଁ, ଏଠି ବଡ଼ ପ୍ରଶ୍ନ ହେଲା ଯଦି ବିଜେଡିର ସମସ୍ତ ଶ୍ରେୟ ପୂର୍ବରୁ ପାଣ୍ଡିଆନଙ୍କ ଖାତାକୁ ଯାଉଥିଲା। ତେବେ ଏହି ବିଫଳତାର ଶ୍ରେୟ କିଏ ମୁଣ୍ଡାଉବେ ? ରାଜ୍ୟର ୨୪ ବର୍ଷ ଧରି ଶାସନ କରି ଆସୁଥିବା ବିଜୁଜନତା ଦଳର ଏ ପତନ ପଛରେ ଭୁଲ କାହାର? ପାଣ୍ଡିଆନ ନା ଆଉ କେହି ?

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

BJD Odisha Politics VK Pandian
Advertisment
Advertisment