Advertisment

‘ନବୀନ ବାବୁ ଓ ପାଣ୍ତିଆନ୍‌ଙ୍କ ପାଇଁ ଜେଲ୍‌ରେ ଜାଗା ସୁରକ୍ଷିତ ରଖିବାକୁ ପଡ଼ିବ’

ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍‌ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
corrupt will Be sent To jail: Pratap Sarangi

Pratap Sarangi

ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଜଣକ ପରେ ଜଣେ ବିଜେପି ନେତା ବିଜେଡିକୁ ଟାର୍ଗେଟ୍‌ କରୁଛନ୍ତି । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ବରର ବିଜୟୀ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।

Advertisment

ବାଲେଶ୍ବର ଲୋକସଭାର ବିଜୟୀ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ‘ପର ମୁଣ୍ଡରେ ଦୋଷ ଦେଇ ନବୀନ ବାବୁ ଖସି ପାରିବେନି । ପାଣ୍ଡିଆନ କିଏ ? ତାଙ୍କୁ ନିଯୁକ୍ତି କିଏ ଦେଇଥିଲା ? ଜଣେ ସରକାରୀ ଚାକର ନେତାଙ୍କୁ ନଚାଇଲା, ନବୀନ ବାବୁ ଜାଣିପାରିଲେନି କେମିତି ? ଯଦି ଜାଣିପାରିଲେନି ତେବେ ନବୀନ ବାବୁ ନିଶ୍ଚୟ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବେ। ଶକୁନି ଠାରୁ ଦୁର୍ଯ୍ୟୋଧନ ବେଶୀ ଦାୟୀ, ନବୀନ ଖସି ପାରିବେନି  ।’

ଅଧିକ ପଢ଼ନ୍ତୁ: କ୍ୟାମେରା ଧରି ହେଲିକପ୍ଟରରେ ବୁଲୁଥିବା ପାଣ୍ଡିଆନ କୁଆଡ଼େ ଗଲେ ?

ଆହୁରି କହିଛନ୍ତି ଯେ, ‘ଓଡ଼ିଶା ଲୋକତନ୍ତ୍ରର ହତ୍ୟାକାରୀ । ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ । ସତ୍ୟର କଣ୍ଠରୋଧକାରୀ । ନବୀନ ସରକାର ଖଳନାୟକ ଭାବରେ ଚିତ୍ରିତ ହେବେ । ଦୁର୍ନୀତିର ତଦନ୍ତ ହେବ । ବଡ଼ ବଡ଼ ଲୋକ ଜେଲ୍‌ ଯାଉଛନ୍ତି । କେବେ କେବେ ତଦନ୍ତର ଚେର ନବୀନ ନିବାସ ପର୍ଯ୍ୟନ୍ତ ଯିବ । କେବେ କେବେ ନବୀନ ବାବୁ ଓ ପାଣ୍ତିଆନ୍‌ଙ୍କ ପାଇଁ ଜେଲ୍‌ରେ ଜାଗା ମଧ୍ୟ ସୁରକ୍ଷିତ ରଖିବାକୁ ପଡ଼ିବ । ’

Advertisment

ଅନ୍ୟପଟେ ସମ୍ବଲପୁରର ବିଜୟୀ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର କହିଛନ୍ତି ଲୋକେ ବିକଳ୍ପ ଖୋଜୁଥିଲେ। ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ। ଲୋକଙ୍କ ଭିତରେ କ୍ରୋଧ ଥିଲା। ଡାକ୍ତର, ଶିକ୍ଷକ ନାହାନ୍ତି, ଧାନମଣ୍ଡି ଇସ୍ୟୁ ମୁଖ୍ୟ ପ୍ରସଙ୍ଗ ଥିଲା। କିନ୍ତୁ ଲୋକଙ୍କ ପାଖରେ ବିକଳ୍ପ ନଥିଲା, ଲୋକେ ବିକଳ୍ପ ଖୋଜୁଥିଲେ।

ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ। ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ। ତେବେ ଶ୍ରୀମନ୍ଦିର ପ୍ରସଙ୍ଗରେ କହିଛନ୍ତି ରତ୍ନଭଣ୍ଡାର ଚାବି ବାହାର କରିବୁ। କୋଷ୍ଟାଲ ହାଇୱେ ନିର୍ମାଣ କରିବୁ। କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ଜୟନାରାୟଣ।

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

Naveen Patnaik BJD BJP Pratap Sarangi Odisha Politics VK Pandian
Advertisment
Advertisment