• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

CMOରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ । ସିଏମ୍ଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଛନ୍ତି । ସେହିପରି ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ CMOରୁ ଇସ୍ତଫା ଦେଇଛନ୍ତି ଏହି ଦୁଇ ବରିଷ୍ଠ ଆଇଏଏସ୍‌ ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ ନବୀନ । ବିଜେଡି ସଂଖ୍ୟା ଗରିଷ୍ଠତା ହରେଇବା ପରେ ଗତକାଲି ରାଜଭବନ ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସେ ଇସ୍ତଫା ଦେଇଥିଲେ । ଲଗାତାର ୨୪ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ନବୀନ ପଟ୍ଟନାୟକ । ତେବେ ଏବେ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ରାଜ୍ୟରେ ପରାଜୟର ସ୍ୱାଦ ଚାଖିଛି ୨୪ ବର୍ଷର ଶାସକ ଦଳ ବିଜେଡି । ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ବିରୋଧି ଆସନରେ ବସିବେ ନବୀନ।

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

ସୂଚନା ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ବିଜେପିକୁ ମିଳିଲା ସ୍ପଷ୍ଟ ବହୁମତ । ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ ଆସନ । କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ ।

ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ । ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା । ଜୁନ୍‌ ୪ରେ ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିବା କରିଥିଲା । ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି । ଜୁନ୍‌ ୪ ତାରିଖ ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି । ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଲୋକ ବିଜେଡି ପରିବର୍ତ୍ତେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି ।

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଚ୍ୟୁତ କରିଛନ୍ତି । ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ ।

ଅଧିକ ପଢ଼ନ୍ତୁ: କ୍ୟାମେରା ଧରି ହେଲିକପ୍ଟରରେ ବୁଲୁଥିବା ପାଣ୍ଡିଆନ କୁଆଡ଼େ ଗଲେ ?

OTV is now on Whatsapp

Join and get latest news update delivered to you via whatsapp

Join Now