Advertisment

ପ୍ରଫୁଲ୍ଲଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା; ପାଣ୍ଡିଆନଙ୍କୁ ହଟାଇଛନ୍ତି କି ନବୀନ ?

ପାଣ୍ଡିଆନଙ୍କୁ ହଟାଇ ଦେଇଛନ୍ତି କି ନବୀନ ? ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ବଢ଼ିଛି ଚର୍ଚ୍ଚା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Prafulla Samal Expresses Unwavering Faith In Naveen Patnaiks leadership

Prafulla Samal

ପାଣ୍ଡିଆନଙ୍କୁ ହଟାଇ ଦେଇଛନ୍ତି କି ନବୀନ ? ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ବଢ଼ିଛି ଚର୍ଚ୍ଚା । ନିଜେ ସକ୍ଷମ ଥିବା ବାର୍ତ୍ତା ଦେବାକୁ ଯାଇ ନବୀନ ହଟାଇଛନ୍ତି କି ? ବିନା ପାଣ୍ଡିଆନରେ ନବୀନ ସବୁ କରିପାରୁଥିବା ବାର୍ତ୍ତା ଦେବାକୁ ପ୍ରୟାସ କି ? 

Advertisment

ତେବେ କାଲିଠାରୁ ନବୀନ ନିବାସର କୌଣସି ମିଟିଂରେ ଦିଶୁ ନାହାନ୍ତି ପାଣ୍ଡିଆନ । କାଲି ବିଜୟୀ ବିଧାୟକମାନଙ୍କ ସହ ମିଟିଂ କରିଥିଲେ ନବୀନ । ଆଜି ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଥିଲେ ନବୀନ । ମିଟିଂ ପରେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ସାମଲ । ବିନା ପାଣ୍ଡିଆନରେ ନବୀନ ସବୁ କରିପାରୁଥିବା ଆପଣ ଦେଖିଲେ ବୋଲି କହିଥିଲେ ପ୍ରଫୁଲ୍ଲ ସାମଲ । ଆପଣମାନଙ୍କ ଧାରଣା ଥିଲା ପାଣ୍ଡିଆନଙ୍କ ବିନା ନବୀନ କିଛି କରିପାରୁନାହାନ୍ତି । ଏବେ ଆପଣମାନେ ଦେଖିଲେ ତ ନବୀନ ସବୁ କରୁଛନ୍ତି ବୋଲି କହିଥିଲେ ପ୍ରଫୁଲ୍ଲ।

ଅଧିକ ପଢ଼ନ୍ତୁ: ଯୁବଚେହେରାଙ୍କ ମ୍ୟାଜିକ୍; ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହେଲେ ହିରୋ...

Advertisment

ଅନ୍ୟପଟେ ନବୀନ ନିବାସରେ ଦଳର ପରାଜୟକୁ ନେଇ ନବୀନ ପଟ୍ଟନାୟକ କରିଛନ୍ତି ସମୀକ୍ଷା। ଏହାପରେ ଦଳର ବରିଷ୍ଠ ନେତା ମାନେ ପ୍ରତିକ୍ରିୟା ରଖିଛନ୍ତି। ଏହି ବୈଠକ ପରେ ପାଣ୍ଡିଆନଙ୍କ ନାଁ ଧରିନଥିଲେ ପ୍ରଣବ ପ୍ରକାଶ ଦାସ। ନବୀନଙ୍କ ନିର୍ଦ୍ଦେଶରେ କାମ ହେଉଥିଲା, ଆଗକୁ ବି ନବୀନଙ୍କ ନିର୍ଦ୍ଦେଶରେ କାମ ହେବ ବୋଲି ସେ କହିଛନ୍ତି ।

ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ଆଉ ଦେଖା ମିଳୁନଥିବା ବିଜେଡିର ତତ୍କାଳିନ ପାୱାରଫୁଲ ନେତା ଭିକେ. ପାଣ୍ଡିଆନ ଏବେ ଦିଲ୍ଲୀରେ । ବିଜେଡିକୁ ଧୂଳି ଚଟେଇବା ପରେ ସେ ଦିଲ୍ଲୀ ପଳେଇଛନ୍ତି । ଗତକାଲିଠୁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସେ ରହୁଥିବା ନେଇ ସୂଚନା ମିଳିଛି । ଗତକାଲି ବିଲମ୍ବିତ ରାତିରେ ସେ ବିମାନ ଯୋଗେ ଦିଲ୍ଲୀ ପଳାଇ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଦିଲ୍ଲୀରେ ଅଛନ୍ତି ନିଲମ୍ବିତ ଆଇପିଏସ୍ ଡିଏସ୍ କୁଟ୍ଟେ । ଏବେ ଉଭୟଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ୨୪ ଲଢେଇରେ ଚରମ ବିପର୍ଯ୍ୟୟ, ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟାରେ ବିଜେଡି...

BJD General Elections 2024 VK Pandian
Advertisment
Advertisment