• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସତ୍ତାରୁ ହଟିଲା ବିଜେଡି । ବରିଷ୍ଠ ଓଗାଳିଲେ ବିଷ । ନିଶାନା ସାଧିଲେ ଶୀର୍ଷ ନେତୃତ୍ୱକୁ । କହିଲେ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ନିର୍ବାଚନ ପରିଚାଳନାରେ ବରିଷ୍ଠମାନଙ୍କୁ ଦୂରେଇ ରଖାଗଲା । ଯାହାକି ସାଧାରଣରେ ଗ୍ରହଣ ଯୋଗ୍ୟ ହେଲାନି । ଯେଉଁଥିପାଇଁ ବିଜେଡି ପରାଜିତ ହୋଇଛି । ସେହିପରି ବରିଷ୍ଠ ବିଜେଡି ନେତା ତଥା ରେଢାଖୋଲରୁ ନିର୍ବାଚିତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପରୋକ୍ଷରେ ବାଣ ମାରିଛନ୍ତି । କହିଛନ୍ତି, ଦଳର ପରାଜୟର ସମୀକ୍ଷା ହେବ, ଆତ୍ମ ସମୀକ୍ଷା ବି ହେବ । ଆମେ ଏକଛତ୍ରବାଦ ଶାସନରେ ନାହୁଁ । ଗଣତନ୍ତ୍ରରେ ଲୋକେ ହିଁ ସବୁଠୁ ବଡ଼ ।

ସେପଟେ ନିର୍ବାଚିତ ବିଜେଡି ବିଧାୟକଙ୍କ ଭିତରେ ବି ସରାଗ ଯେମିତି ନାହିଁ । କେହି ସିଧାସଳଖ ପାଣ୍ଡିଆନଙ୍କ ନାଁ ନ ନେଇଥିଲେ ବି ତାଙ୍କ ପ୍ରଚାର ଯୋଗୁଁ ଯେ ଭୋଟରଙ୍କ ଭିତରେ ଅସନ୍ତୋଷ ବଢିଲା ତାକୁ ନେଇ ବିଜେଡି ମହଲରେ ସବୁଠି ଗୁଞ୍ଜରଣ । ସେଥିଲାଗି ଗତକାଲି ନବୀନ ନିବାସରେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକି ପରାମର୍ଶ ଦେଇଛନ୍ତି । ଯେଉଁ ବୈଠକରେ ପାଣ୍ଡିଆନ୍ ନଥିଲେ । ଘର ଯେ ଏବେ ଅସଜଡା ସେକଥା ଜଳ ଜଳ ହେଇ ଦେଖାଯାଉଛି । ଏହାରି ଭିତରେ ଜଣକ ପରେ ଜଣେ ନେତା ତୁଣ୍ଡି ଛିଡାଇ ବୟାନ ରଖିବା ଦଳ ପାଇଁ କ୍ଷତିକାରକ  ହୋଇପାରେ।

ଅଧିକ ପଢ଼ନ୍ତୁ: ଯୁବଚେହେରାଙ୍କ ମ୍ୟାଜିକ୍; ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହେଲେ ହିରୋ...

ବିଜେଡି ଗଡ଼ ଭୁଶୁଡ଼ିବାର ପ୍ରମୁଖ କାରଣ ଖୋଜା ଲାଗି ସମୀକ୍ଷା ଆରମ୍ଭ କରିଛି ବିଜେଡି। କିନ୍ତୁ ପାଣ୍ଡିଆନଙ୍କ ଏକଛତ୍ରବାଦ ମନୋବୃତ୍ତି ଯେ ଲଗାତର ୫ ଥରର ସରକାରୀ ଦଳକୁ ପରାଜିତ ହେବାକୁ ପଡିଲା ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ସେପଟେ ଟିକେଟ ବଣ୍ଟନକୁ ନେଇ ପ୍ରବଳ ବିଦ୍ରୋହ ଓ ଜନପ୍ରତିନିଧି ମାନଙ୍କୁ ଗୌଣ କରି ରଖିବା ଅନ୍ୟତମ କାରଣ। ବିରୋଧୀଙ୍କ ନବୀନ ଗୃହ ବନ୍ଦୀ ଏବଂ ଓଡ଼ିଆ ଅସ୍ମିତା ମୁଦ୍ଦା ଭୋଟରଙ୍କ ମନରେ ପରିବର୍ତ୍ତନର ହାୱାକୁ ଭରିଦେଇଥିଲା ।

ଏବେ ଦେଖିବାର କଥା ହେଉଛି, ପାଣ୍ଡିଆନ ଗାୟବ ହେବା ପରେ ଦଳପତି ନବୀନ ନିଜେ ଫ୍ରଣ୍ଟକୁ ଆସି କମାଣ ସମ୍ଭାଳୁଛନ୍ତି ନା ଦଳର ପୁନରୁଦ୍ଧାର ପାଇଁ ଆଉ କାହା ଉପରେ ନିର୍ଭର କରୁଛନ୍ତି ।

  • Reported by:
  • JAGDISH DAS , CHANDAN PAIKRAY , RAMAKANTA MAHANANDA

OTV is now on Whatsapp

Join and get latest news update delivered to you via whatsapp

Join Now