Advertisment

୨୪ ଲଢେଇରେ ଚରମ ବିପର୍ଯ୍ୟୟ, ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟାରେ ବିଜେଡି...

ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Naveen Patnaik

୨୪ ମହାସଂଗ୍ରାମରେ ଚରମ ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବା ଚେଷ୍ଟାରେ ବିଜେଡି। ଖୋଦ୍ ସୁପ୍ରିମୋ ନବୀନ ଆମକୁ ବିଲକୁଲ୍ ଲଜ୍ଜା କରିବା କଥା ନୁହେଁ କହି, ଦଳୀୟ ନେତାଙ୍କ ମନୋବଳ ବଢ଼ାଇବାର ଉଦ୍ୟମ କରିଥିଲା ବେଳେ, ଦଳୀୟ ନେତା ବି ନବୀନଙ୍କୁ ମସିହା ଭାବେ ଚିତ୍ରଣ କରି ଚାଲିଛନ୍ତି। ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ ।

Advertisment

୨୪ ବର୍ଷ ପରେ ସତ୍ତା ହାତରୁ ଗଲା ପରେ ଏବେ ପୂରା ଭାଙ୍ଗିପଡ଼ିଥିବା ଦଳ ଓ ବିଧାୟକଙ୍କ ମନୋବଳ ବଞ୍ଚାଇବାର ଚେଷ୍ଟା। ଷଷ୍ଠପାଳି ନିର୍ବାଚନରେ ଚରମ ବିପର୍ଯ୍ୟୟ ପରେ ନବୀନ ନିବାସରେ ନବ ନିର୍ବାଚିତ ବିଧାୟକମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସନ୍ଦେଶ । 'ଆମକୁ ବିଲକୁଲ୍ ଲଜ୍ଜା କରିବା କଥା ନୁହେଁ'। ନିଜ ପିଠିକୁ ନିଜେ ଥାପୁଡ଼େଇବାର ଉଦ୍ୟମ । ଆଉ ଏପଟେ ଦଳର ସ୍ବାସ୍ଥ୍ୟ ପାଇଁ ସୁପ୍ରିମୋ ନବୀନଙ୍କ ଭାବମୂର୍ତ୍ତିକୁ ବଞ୍ଚାଇ ରଖିବାକୁ ସୋସିଆଲ୍ ମିଡିଆରେ ଦଳୀୟ ନେତାଙ୍କ ଭରପୂର ପ୍ରୟାସ। ନବୀନଙ୍କ ଧଳାଫର ଫର କୁର୍ତ୍ତାରୁ ତୁରନ୍ତ ପାଣ୍ଡିଆନ୍ ଦାଗ ହଟାଇବାର ଚେଷ୍ଟାରେ ମସିହା ସଜାଇ ଚାଲିଛନ୍ତି ଜଣଙ୍କ ପରେ ଜଣେ ନେତା । ହେଲେ ବିଜେପି କହିଛି ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସିପାରିବେନି ନବୀନ। ନବୀନ ହିଁ ମୁଖ୍ୟ ଦୋଷୀ ।

ଅଧିକ ପଢ଼ନ୍ତୁ: ଦୁର୍ଗ ପତନ ପରେ BJD ରେ ଘମାସାନ୍ ! ପାଣ୍ଡିଆନ୍‌ଙ୍କୁ ଦାୟୀ କରି ମୁହଁ ଖୋଲିଲେଣି ବରିଷ୍ଠ

Advertisment

ଏପଟେ ୨୪ ବର୍ଷର ଶାସନରେ ନବୀନ ଓଡ଼ିଶାକୁ ଦେଇଛନ୍ତି କଣ ବୋଲି ବି ପ୍ରଶ୍ନ ଉଠିଛି । କାରଣ ଖୋଦ୍ ନୀତି ଆୟୋଗର ତଥ୍ୟ କହୁଛି, ଆଜିକା ଦିନରେ ଚାଷୀ ଆୟରେ ଓଡ଼ିଶା ତଳଆଡୁ ୨ ନମ୍ବର, ବେରୋଜଗାରୀରେ ୧ ନମ୍ବର, ୪୧ ପ୍ରତିଶତ ଯୁବକ-ଯୁବତୀ ଏଠି ବେକାର, ସ୍ବାସ୍ଥ୍ୟ ସୂଚକାଙ୍କ ୧୪ ନମ୍ବର, ମାତୃ ଓ ଶିଶୁ ମୃତ୍ୟୁହାରରେ ଜାତୀୟ ହାରଠୁ ବହୁ ପଛରେ, ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ୪୮ ପ୍ରତିଶତ ଆଦିବାସୀ ନିରକ୍ଷର, ଡ୍ରପ୍ଆଉଟ୍ ହାର ୫୦ ପ୍ରତିଶତ, ମହିଳା ବିରୋଧୀ ଅପରାଧ, ଶିଶୁ ନିର୍ଯାତନା ଓ ନିଖୋଜ ଭଳି ମାମଲାରେ ବି ଓଡ଼ିଶା ନମ୍ବର ୱାନ୍। ତେଣୁ ଏସବୁ କି ସୁଶାସନର ଫଳ ବୋଲି ବି ପ୍ରଶ୍ନ ଉଠିଛି ।

ଅନ୍ୟପଟେ ନବୀନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବେବୋଲି କହିଥିବା ବିଜେଡିର ତଥାକଥିତ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି.କେ. ପାଣ୍ଡିଆନ୍ ଏବେ ଗାଏବ୍। ଦଳର ଚରମ ବିପର୍ଯ୍ୟୟ ପରଠୁ ସର୍ବସାଧାରଣରେ ଆଉ ତାଙ୍କ ଦର୍ଶନ ନାହିଁ। ଏମିତିକି ଗତକାଲି ନବୀନ ନିବାସରେ ହୋଇଥିବା ଦଳୀୟ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। ତାହେଲେ କୁଆଡ଼େ ଗଲେ ପାଣ୍ଡିଆନ୍ ? ତାକୁ ନେଇ ସବୁଠି ଚର୍ଚ୍ଚା, ସାରା ଓଡ଼ିଶାର ପ୍ରଶ୍ନ।  ତେବେ ବିଶ୍ବସ୍ତ ସୂଚନା ଅନୁସାରେ ପାଣ୍ଡିଆନ୍ ଗତକାଲିଠୁ ଭୁବନେଶ୍ବର ଛାଡ଼ି ସାରିଛନ୍ତି। ଏବେ ସେ ନୂଆଦିଲ୍ଲୀର ଏକ ହୋଟେଲରେ ଥିବା ଜଣାପଡ଼ିଛି।

ଏସବୁ ଭିତରେ ଜୀବନରେ ପ୍ରଥମଥର ପାଇଁ ପରାଜୟର ସ୍ବାଦ ଚାଖିଥିବା ନବୀନ ନିଜ ଭାବମୂର୍ତ୍ତିକୁ ବଞ୍ଚାଇ ଦଳକୁ କିଭଳି ଆଗକୁ ନେଉଛନ୍ତି, ପାଣ୍ଡିଆନ୍‌ଙ୍କୁ ନେଇ ଦଳ ଓ ନେତାଙ୍କ ଆଭିମୁଖ୍ୟ କଣ ରହୁଛି ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଯୁବଚେହେରାଙ୍କ ମ୍ୟାଜିକ୍; ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହେଲେ ହିରୋ...

Naveen Patnaik BJD BJP General Elections 2024
Advertisment
Advertisment