• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ଆଉ ଦେଖାମିଳୁନଥିବା ବିଜେଡିର ତତ୍କାଳିନ ପାୱାରଫୁଲ ନେତା ଭିକେ. ପାଣ୍ଡିଆନ ଏବେ ଦିଲ୍ଲୀରେ । ବିଜେଡିକୁ ଧୂଳି ଚଟେଇବା ପରେ ସେ ଦିଲ୍ଲୀ ପଳେଇଛନ୍ତି । ଗତକାଲିଠୁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସେ ରହୁଥିବା ନେଇ ସୂଚନା ମିଳିଛି ।

ଗତକାଲି ବିଲମ୍ବିତ ରାତିରେ ସେ ବିମାନ ଯୋଗେ ଦିଲ୍ଲୀ ପଳାଇ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଦିଲ୍ଲୀରେ ଅଛନ୍ତି ନିଲମ୍ବିତ ଆଇପିଏସ୍ ଡିଏସ୍ କୁଟ୍ଟେ । ଏବେ ଉଭୟଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

ଚଳିତ ନିର୍ବାଚନରେ ବିଜେଡିର ନେତୃତ୍ୱ ନେଉଥିବା ପାଣ୍ଡିଆନ୍ ପ୍ରତି କାର୍ଯ୍ୟକ୍ରମରେ ଆଗରେ ଥିଲେ । ହେଲିକଟପ୍ଟରରେ ବୁଲି ବୁଲି ଫଟୋ ଓ ଭିଡିଓ ଛାଡ଼ୁଥିଲେ । ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚ୍ୟାଲେଞ୍ଜ ବି ଦେଇଥିଲେ। ତେବେ ବିଜେଡି ନିର୍ବାଚନ ହାରିଯିବା ପରଠୁ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନଥିଲା । ଏପରିକି ଗତକାଲି ନବୀନ ନିବାସରେ ବିଜେଡିର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ମଧ୍ୟ ପାଣ୍ଡିଆନ୍‌ ନଥିଲେ । ନବୀନ ପଟ୍ଟନାୟକଙ୍କ ସହ ସବୁବେଳେ ଛାଇ ପରି ରହୁଥିଲେ ପାଣ୍ଡିଆନ୍‌ । କିନ୍ତୁ ଗତକାଲି ନବୀନ ଇସ୍ତଫା ଦେବାକୁ ରାଜଭବନ ଯିବା ସମୟରେ ପାଣ୍ଡିଆନଙ୍କୁ ତାଙ୍କ ସହ ଦେଖିବାକୁ ମିଳିନଥିଲା ।

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ବିଜେଡି ଦୁଇ ତୃତୀୟାଂଶ ଆସନରେ ବିଜୟଲାଭ କରିବ ଏବଂ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ଜନସଭାରେ ଦୃଢ଼ୋକ୍ତିର ସହ କରିଥିଲେ । ଏହା ସହ ପାଣ୍ଡିଆନ୍‌ ଆହୁରି କହିଥିଲେ ଯେ, ଯଦି ବିଜେଡି ସରକାର ନ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ । କିନ୍ତୁ ନିର୍ବାଚନ ଫଳାଫଳ ଆସିଥିଲା ପୂରା ଓଲଟା । ବିଜେଡି ବଦଳରେ ବିଜେପି ଉପରେ ଭରସା କରିଥିଲେ ଓଡ଼ିଶାବାସୀ । ବିଜେଡିକୁ ଓଡ଼ିଶାରେ ବହୁମତ ହାସଲ କରିଥିଲା ବିଜେପି । ୧୪୭ ବିଧାନସଭା ଆସନରୁ ବିଜେପି ୭୮ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେଡି ମାତ୍ର ୫୧ଟି ସିଟ୍‌ରେ ବିଜୟଲାଭ କରିଥିଲା । ସେହିପରି ୨୧ ଲୋକସଭା ଆସନରେ ୨୦ଟି ଆସନରେ ବିଜୟଲାଭ କରିଥିଲା ବିଜେପି । ଫଳାଫଳ ପ୍ରକାଶ ପାଇବା ପରଠୁ ହିଁ ଭିକେ ପାଣ୍ଡିଆନଙ୍କ ଦେଖାମିଳିନଥିଲା ।

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

OTV is now on Whatsapp

Join and get latest news update delivered to you via whatsapp

Join Now