• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଅଧାରେ ରହିଗଲା ନବୀନଙ୍କ ରେକର୍ଡ । ରଚିଥା’ନ୍ତେ ଇତିହାସ...ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଦେଶରେ ସର୍ବାଧିକ ସମୟ ଶାସନ କରି ନବୀନ ଆଉ ମାତ୍ର କେଇଟା ଦିନ ପରେ ରେକର୍ଡ ସ୍ଥାପନ କରିଥାନ୍ତେ । ହେଲେ ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।

 ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପୱନ କୁମାର ଚାମଲିଂ । ସେ ତାଙ୍କ ରାଜନୀତି କ୍ୟାରିୟର ମଧ୍ୟରେ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ରେକର୍ଡ କରିଥିଲେ । ଆଉ ସେହି ରେକର୍ଡର ତାଲିକାରେ ଦ୍ୱିତୟ ସ୍ଥାନରେ ରହିଥିଲେ ନବୀନ । କିନ୍ତୁ ଗତକାଲି ଯାଏଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷ ୯୧ ଦିନ ଦାୟିତ୍ୱ ସମ୍ଭାଳିଛନ୍ତି । ୪ ତାରିଖ ଦିନ ନିର୍ବାଚନରେ ପରାସ୍ତ ହେବା ପରେ ଗତକାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

ଆସନ୍ତା ଆଗଷ୍ଟ ମାସରେ ନବୀନ ଚାମଲିଂଙ୍କ ରେକର୍ଡ ଭାଙ୍ଗି ଦେଶରେ କିର୍ତ୍ତୀ ସ୍ଥାପନ କରିଥା’ନ୍ତେ । ହେଲେ ଯାହାକି ଅଧାରେ ରହିଯାଇଛି । ଏହାକୁ ନେଇ ବିଜେଡି ଦଳ ପକ୍ଷରୁ ଖୁବ୍ ପ୍ରଚାର ମଧ୍ୟ କରାଯାଉଥିଲା । ହେଲେ ରେକର୍ଡର ଠିକ୍ ୭୪ ଦିନ ପୂର୍ବରୁ ସବୁ କିଛି ହୋଇଯାଇଛି ଓଲଟପାଲଟ ।

ରାଜ୍ୟବାସୀ ଜନାଦେଶରେ ବିଜେଡିକୁ ପ୍ରତ୍ୟାକ୍ଷାନ କରିଛନ୍ତି । ଯାହାଫଳରେ ନବୀନଙ୍କ ଏହି ରେକର୍ଡ ସ୍ୱପ୍ନରେ ଅଟିକିଯାଇଛି । କୁହାଯାଉଛି, ବିଜେଡିର ଭୁଲ ରଣନୀତି ଓ ସରକାର ବିରୋଧୀ ହାୱା ଯୋଗୁ ଏହି ରେକର୍ଡ ତାଲିକାରେ ନବୀନଙ୍କ ନାଁ ଲେଖା ହୋଇପାରିଲାନାହିଁ । ଜନମତ ଆଗରେ ସବୁକିଛି ଯେମିତି ଅଧାଅଧୁରା ହୋଇଯାଇଛି । 

ଅଧିକ ପଢ଼ନ୍ତୁ: 'ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ'

OTV is now on Whatsapp

Join and get latest news update delivered to you via whatsapp

Join Now