Advertisment

ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।

author-image
Chandan Shishu
School reopen

School reopen

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଯୁକ୍ତ ଦୁଇ ଓ ନବମ-ଦଶମ ଶ୍ରେଣୀ ଖୋଲିବା ପରେ ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ? ପ୍ରଥମରୁ ଅଷ୍ଟମ ଯାଏଁ ପିଲାଙ୍କ ଲାଗି ଶ୍ରେଣୀଗୃହ ଶିକ୍ଷା ବ୍ୟବସ୍ଥାକୁ ପୁଣି ଆରମ୍ଭ କରିବେ କି ରାଜ୍ୟ ସରକାର? ଦେଶରେ କରୋନାର ଦ୍ୱିତୀୟ ଲହର ଥମିବା ପରେ ନିକଟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ୫ ରାଜ୍ୟ। ବିଶେଷକରି ତେଲେଙ୍ଗାନା, ହରିୟାଣା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସେପ୍ଟେମ୍ବରରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନଃଆରମ୍ଭ ଘୋଷଣା ପରେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ତାକୁ ଅପେକ୍ଷା। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ଏବଂ ଜନଜୀବନ ସ୍ୱାଭାବିକ ହେଉଥିବାରୁ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ କରାଯିବା ଦରକାର ବୋଲି ମତଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

Advertisment

କରୋନାର ଦୁଇ ଦୁଇଟି ଲହର ପରେ ଆଜିକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଠପ୍ ହୋଇଯାଇଛି ପିଲାଙ୍କ ଶ୍ରେଣୀଗୃହ ଶିକ୍ଷା। ଫଳରେ ପିଲା ଆଉ କ୍ଲାସରୁମ୍ ଯାଇ କଳାପଟାରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ପାଠପଢ଼ା ପ୍ରଣାଳୀକୁ ଏକପ୍ରକାର ଭୁଲିବାକୁ ବସିଲେଣି। ଏପଟେ କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। 

ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି। ତେବେ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲାଯିବ ନା, ନାହିଁ ସେନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବା ନେଇ ସରକାର ଏଯାଏଁ କୌଣସି ନୀତିଗତ ନିଷ୍ପତ୍ତି ନେଇନାହାନ୍ତି। ତେବେ ଗଣେଶ ପୂଜା ପରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।

Advertisment

ରିପୋର୍ଟ: ରାଜଶ୍ରୀ ଶତପଥୀ ଓ ଜଗଦୀଶ ଦାସ

Odisha News COVID-19
Advertisment
Advertisment