Advertisment

ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ମାଡ଼ ମାରିବା ସହ ଗାଁରୁ ବାସନ୍ଦ

ଗୁଣି ଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗ୍ରାମବାସୀମାନେ ସେମାନଙ୍କୁ ବାସନ୍ଦ କରି ଦେଇଥିବା ସୂଚନା ମିଳିଛି। ଫଳରେ ଭୟରେ ଉକ୍ତ ପରିବାର ଅନ୍ୟତ୍ର ରହୁଥିବା ବେଳେ ନିଜ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

author-image
Rajalaxmi Sahoo
Sorcery Case

Sorcery Case

ରାୟଗଡ଼ା/କେନ୍ଦ୍ରାପଡ଼ା: ଗୁଣି ଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗ୍ରାମବାସୀମାନେ ସେମାନଙ୍କୁ ଗାଁରୁ ବାସନ୍ଦ କରି ଦେଇଥିବା ସୂଚନା ମିଳିଛି। ଫଳରେ ଭୟରେ ଉକ୍ତ ପରିବାର ଅନ୍ୟତ୍ର ରହୁଥିବା ବେଳେ ନିଜ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜିଞ୍ଜିଲିବାଡି ଗାଁରୁ ଏଭଳି ଅଭିଯୋଗ ଆସିଛି।   

Advertisment

ଜିଞ୍ଜିଲିବାଡି ଗାଁର ସାଙ୍ଗମା ହିମିରିକାଙ୍କ ୩୫ ବର୍ଷ ବୟସର ପୁଅ ହିମିରିକା କାମିଆଙ୍କର ଗତ ଅଗଷ୍ଟ ୧୬ରେ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ହେଲେ ହିମିରିକା କାମିଆଙ୍କୁ ଗୁଣିଗାରେଡ଼ି କରି ସେହି ଗାଁର ହିମିରିକା ମୂର୍ତ୍ତୀ ମାରି ଦେଇଥିବା ସମସ୍ତେ ସନ୍ଦେହ କରିଥିଲେ। ହିମିରିକା ମୂର୍ତ୍ତିଙ୍କୁ ମାଡ଼ ମାରିବା ସହ ଗାଁ ଛାଡ଼ି ଦେବାକୁ ଗ୍ରାମବାସୀ କହିଥିଲେ। ଫଳରେ ଗାଁ ଲୋକଙ୍କ ଭୟରେ ପିଲାଛୁଆଙ୍କୁ ଧରି ଅନ୍ୟତ୍ର ରହୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ତହସିଲଦାରଙ୍କୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଅନ୍ୟପକ୍ଷେ, ଗୁଣିଗାରେଡ଼ି ସନ୍ଦେହରେ ଦୋକାନ ଆଗରେ ଧାରଣା। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝିଅକୁ ଧରି ଧାରଣାରେ ବସିଥିଲେ ପରିବାର ଲୋକେ। ଅଭିଯୋଗ ଆସିଛି ଯେ, ବଜାରରେ ପୂଜା ଦୋକାନ କରିଥିବା ଜଣେ ବ୍ୟକ୍ତି ତାଙ୍କ ଝିଅକୁ ଗୁଣି କରିଛନ୍ତି। ଝିଅ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଝିଅ ଦେହକୁ ଗୁଣି ନଛଡାଇବା ଯାଏ ସେମାନେ ଦୋକାନ ଆଗରେ ଧାରଣାରେ ବସିବେ ବୋଲି ପରିବାର ଲୋକ କହିଥିଲେ। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା।

Case Of Sorcery In Odisha
Advertisment
Advertisment