Advertisment

ସଫାରୀ ଜାଲି ଛିଣ୍ଡାଇ ପଳାଇଲା ବାଘ !

ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି।

author-image
Minati Mishra
tiger fear at nandankanan

tiger fear at nandankanan

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି। 

Advertisment

ଆଜି ନନ୍ଦନକାନନରେ ବାଘ ସୂରଜକୁ ଖାଇବାକୁ ଦେବା ପାଇଁ ଯାଇଥିଲେ। ଏହି ସମୟରେ ସଫାରି ଭିତରରୁ ଜାଲି ଛିଣ୍ଡାଇ ପଳାଇ ଯାଇଥିଲା ବାଘ।  ଏହି ଖବର ପ୍ରଚାର ହେବା କ୍ଷଣି ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ବାଘକୁ ଖୋଜିବା ପାଇଁ ତନାଘନା  ଲାଗିଲା। ହେଲେ ବାଘ ମିଳି ନ ଥିଲା। କିଛି ସମୟ ଖୋଜିବା ପରେ ବାଘକୁ ନ ପାଇ  ନନ୍ଦନକାନନ କର୍ତ୍ତୃପକ୍ଷ  ଚିନ୍ତିତ ହୋଇ ପଡ଼ିଥିଲେ। 

Advertisment

ବାଘ ଖସି ଯାଇଥିବା ଖବର ପରେ ପର୍ଯ୍ୟଟକଙ୍କୁ ନନ୍ଦନକାନର ଭିତରୁ ବାହାର କରା ଯାଇଥିଲା। ଏହା ପରେ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। ବହୁ ସମୟ ଖୋଜାଖୋଜି ପରେ ସଫାରୀ ଭିତରେ ସନ୍ଧାନ ମିଳିଥିଲା।  ଏବେ ବାଘ ସୂରଜ ସଫାରୀ ଭିତରେ ବିଚରଣ କରୁଥିବା ସୂଚନା ମିଳିଛି। ଏହା ପରେ ନନ୍ଦନକାନନ ପରିସ୍ଥିତି ସ୍ବାଭାବିକ ହୋଇଛି ଏବଂ ପର୍ଯ୍ୟଟକମାନେ ନିର୍ଭୟରେ ବୁଲୁଥିବା କହିଛନ୍ତି କର୍ତ୍ତୃପକ୍ଷ।

ସୂଚନାଥାଉ କି, କୋଭିଡ କଟକଣା ଭିତରେ ଏବେ ଖୋଲିଛି ନନ୍ଦନକାନନ। ପୁର୍ବପରି ଶନିବାର, ରବିବାର ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲା ରହୁଛି। ତେବେ ପ୍ରତି ସୋମବାର ବନ୍ଦ ରହିବ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

Nandankanan Nandankanan Zoo
Advertisment
Advertisment