Advertisment

ଭୋକ ଉପାସରେ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ, ଶେଷରେ...

ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ। ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ। ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mother And Son Live Without Food

Mother And Son Live Without Food

ରାଜଗାଙ୍ଗପୁର: ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ। ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ। ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ। ଶେଷରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକାର ୧୨ ନମ୍ବର ଓ୍ୱାର୍ଡରେ। 

Advertisment

ସୂଚନା ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ସୋନୁ ବାଇ ଏଠିସେଠି କାମ କରି ସେଥିରୁ ଯାହା ମିଳୁଥିଲା ଦୁଃଖକଷ୍ଟରେ ସେ ଓ ତାଙ୍କ ପୁଅ ବିର୍ଜୁ ଶର୍ମା ଚଳି ଯାଉଥିଲେ। ତେବେ କିଛି ଦିନ ହେଲା ସୋନୁ ବାଇଙ୍କ ଆଖିକୁ କିଛି ଦେଖାଗଲା ନାହିଁ। ଫଳରେ କାମଧନ୍ଦା ସବୁ ବନ୍ଦ ହୋଇଯାଇଥିଲା। ପୁଅ ବିର୍ଜୁ ମଧ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ଗାଁ ଲୋକେ କହିଛନ୍ତି। ପଡୋଶୀଙ୍କ କିଞ୍ଚିତ ସହାୟତରେ ଉଭୟ ମା’ପୁଅ ଚଳି ଯାଉଥିଲେ। ହେଲେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଉଭୟେ ପଡ଼ି ରହିଥିଲେ। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ କିଛି ସଦସ୍ୟ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ସୋନୁ ବାଇଙ୍କର ଘର ଭାଙ୍ଗି ଯିବାରୁ ସେ ଓ ତାଙ୍କ ପୁଅ ବିର୍ଜୁ ପାଖାପାଖି ୨୦ ଦିନ ହେବ ଅତି ଦୟନୀୟ ଅବସ୍ଥାରେ ଥିଲେ। ସେମାନେ ଖାଇବାକୁ ପାଉନ ଥିଲେ। ପାଖ ପଡ଼ୋଶୀ ଖାଇବା ଆଣି ସେମାନଙ୍କୁ ଦେଉଥିଲେ। ହେଲେ ସେମାନେ ଖାଉଥିଲେ କି ନାହିଁ ତାହା ଆମ୍ଭେ ଜାଣିନୁ। ଏହାପରେ ସେମାନଙ୍କର ଦେହ ଖରାପ ହୋଇଯାଇଥିଲା। ହଠାତ୍‌ ତାଙ୍କ ଘର ଭୁଶୁଡ଼ି ପଡ଼ିବାରୁ ଆମେ ତାଙ୍କୁ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲୁ’।

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ ପୌରପାଳିକା ଅଧିକାରୀ ଫୋନ ଯୋଗେ ପ୍ରତିକ୍ରିୟାରେ କହିଛନ୍ତି, ମା’ପୁଅ ମେଡିକାଲରୁ ଫେରିବା ପରେ ଘଟଣାର ତର୍ଜମା କରାଯାଇ ସେମାନଙ୍କୁ ଯାହା ସହାୟତା କରାଯାଇପାରିବ, ସେନେଇ ଚେଷ୍ଟା କରାଯିବ।  

Odisha Starvation
Advertisment
Advertisment