Advertisment

ବହୁଚର୍ଚ୍ଚିତ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ବନ୍ଧା ହେଲେ ଗୁରୁଜୀ

ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ  ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି। ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Manas Das Arrest

Manas Das Arrest

ଖୋର୍ଦ୍ଧା: ମାନସ ଦାସଙ୍କ ଇସାରାରେ ହୋଇଛି ଅପହରଣ ଓ ହତ୍ୟାକାଣ୍ଡ। ସାଂଘାତିକ ଷଡ଼ଯନ୍ତ୍ରର କାର୍ପଟଦାର ହେଉଛନ୍ତି ଗୁରୁଜୀ ମାନସ ଦାସ। ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ବହୁଚର୍ଚ୍ଚିତ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ମାନସ ଦାସଙ୍କୁ ଗିରଫ କରାଯାଇଛି।  ମାନସ ଦାସଙ୍କ ନାଁରେ ସଂଗୀନ ଦଫା ଲଗାଇଛି ପୋଲିସ। ତଦନ୍ତ ଚାଲିଛି, ଏ ମାମଲାରେ ଯାହାର ବି ସମ୍ପୃକ୍ତି ମିଳିବ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। କାହାର ଅଭିଯୋଗ ଥିଲେ ବିନା ଭୟରେ ଥାନାକୁ ଆସିବାକୁ ଆଇଜି ଲୋକଙ୍କୁ କହିଛନ୍ତି।

Advertisment

ବାପାପୁଅଙ୍କ ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଯେ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ମାନସ ଦାସଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ଗିରଫ କରାଯାଇଛି। ସତ୍ୟବ୍ରତ ହତ୍ୟା ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲୁ। ଜେରା ବେଳେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି। ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ  ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି।

ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି। ମାନସଙ୍କ ନାଁରେ ହତ୍ୟା ନେଇ ଦଫା ୩୦୨ ଲଗାଇଛି ପୋଲିସ। ଦଫା ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଲାଗିଛି।ତେବେ ବାପ-ପୁଅ ମାଡ଼ ମରା ଘଟଣାରେ ଉଭୟ ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ଲିଙ୍କ୍‌ ରହିଥିବା ପୋଲିସ୍‌କୁ ପ୍ରମାଣ ମିଳିଛି। ଏହି ମାମଲାରେ ପୋଲିସ ମନୋରଞ୍ଜନ ଦାୟଙ୍କ ମଧ୍ୟ ଗିରଫ କରାଯାଇଛି। 

Advertisment

କଡ଼ବ ଗାଁରେ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମରା ବେଳର ଭାଇରାଲ୍ ଭିଡିଓ ହିଁ ଖୋଲିଥିଲା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ମାନବାବାଦ ସଂଗଠନର ଗୁପ୍ତ କାରନାମାର ଗୁମର। ଏମିତିକି ସେବେଠୁ, ନିରୀହ ଗରିବ ଆଦିବାସୀଙ୍କୁ ମୋହରା କରି ସଂଗଠନରେ ସାମିଲ ହେବାକୁ ବାଧ୍ୟ କରାଯିବା, ଅରାଜି ହେଲେ ଅକଥନୀୟ ନିର୍ଯାତନା ଦିଆଯିବା, ଏମିତିକି ସଂଗଠନ ବିରୋଧରେ ଗଲେ ଗାଁରୁ ବାସନ୍ଦ ଭଳି ଅମାନବୀୟ ଅଭିଯୋଗର ଫର୍ଦ୍ଦ ବି ଲମ୍ବି ଚାଲିଛି। 

Odisha News Human Organisation Chief Manas Das
Advertisment
Advertisment