• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • କଟକରେ ଦିନ ଦ୍ୱିପହରରେ ଗୁଳିମାଡ

  • ବାଇକରେ ଆସି ଗୁଳି ଫୁଟାଇଲେ

  • ବ୍ୟବସାୟୀ ଗୁରୁତର

କଟକ: କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।  ଘଟଣା ଘଟିଛି ଆଜି ମଧ୍ୟାହ୍ନରେ।

  ଗୋଟିଏ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଗୁଳି ସଂପୃକ୍ତ ବ୍ୟବସାୟଙ୍କ ଗୋଡ଼ରେ ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ତେବେ କାହିଁକି ଗୁଳିମାଡ ହେଲା ଏବଂ ଏହା ପଛର ରହସ୍ୟ କ’ଣ ଜଣାପଡ଼ିନି। ଏପରିକି  ଲୁଟ୍ ହୋଇଥିବା ନେଇ  କୌଣସି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

OTV is now on Whatsapp

Join and get latest news update delivered to you via whatsapp

Join Now