Advertisment

ହାଲୁକା ଭାବେ ନିଅନ୍ତୁନି ଶିଶୁଙ୍କ ଠାରେ ଦେଖା ଦେଉଥିବା ୩ ଲକ୍ଷଣ

କୋଭିଡ୍ ସଂକ୍ରମଣ ପରେ ଏବେ ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି MI syndrome। ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ଲକ୍ଷଣ ଏବେ ଧିରେ ଧିରେ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ଏଥିରେ ପ୍ରଭାବିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ୍‌ରେ ଶିଶୁ ସଂକ୍ରମଣ ହାର ଏବେ ପ୍ରାୟ ୨୦ ପ୍ରତିଶତ ରହିଛି।

author-image
Chandan Shishu
MI Syndrone

MI Syndrone

ଭୁବନେଶ୍ୱର: ଆପଣଙ୍କ ଶିଶୁର ଆଖି, ପାଟି ଆଉ ପାଦ ଲାଲ ପଡିଯାଉଛି କି? ପତଳା ଝାଡା ସହ ବାନ୍ତି ଓ ପେଟ ଯନ୍ତ୍ରଣା ହେଉଛି କି? ତାହାଲେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ କାରଣ ଏହା ଏମ୍‌ଆଇ ସିଣ୍ଡ୍ରୋମ୍‌ର ଲକ୍ଷଣ ହୋଇଥାଇପାରେ। ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରନ୍ତୁ। ବିଳମ୍ବ ହେଲେ ଶିଶୁର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ। ସେପଟେ ଚିକିତ୍ସା ପାଇଁ ରାଜ୍ୟରେ ଅକ୍ସିଜେନ, ଆଇଭି ଫ୍ଲୁଇଡ, ହାଇ ଡୋଜ ଷ୍ଟେରଏଡ୍ ମହଜୁଦ ଅଛି। ଏନେଇ ଶିଶୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

କୋଭିଡ୍ ସଂକ୍ରମଣ ପରେ ଏବେ ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି MI syndrome। ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ଲକ୍ଷଣ ଏବେ ଧିରେ ଧିରେ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ଏଥିରେ ପ୍ରଭାବିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ୍‌ରେ ଶିଶୁ ସଂକ୍ରମଣ ହାର ଏବେ ପ୍ରାୟ ୨୦ ପ୍ରତିଶତ ରହିଛି।

ସେଥିମଧ୍ୟରୁ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ବାକି ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ରହୁଥିବା ଦେଖାଯାଉଛି ଅଧିକ ସଂକ୍ରମିତ। ୫ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଭିତରୁ ୩ ପ୍ରତିଶତ ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି। ୨ ପ୍ରତିଶତଙ୍କୁ ICU ଦରକାର ପଡୁଛି। ଏମାନଙ୍କ ଭିତରେ ବହୁତ କମ୍ ପିଲାଙ୍କୁ MI Syndrome ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱରରେ କିଛି ଶିଶୁଙ୍କ ଠାରେ MI Syndrome ଦେଖାଯାଇଥିଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Advertisment

ଅନ୍ୟପଟେ କାମାକ୍ଷାନଗରରେ କାଳ ସାଜୁଛି କ୍ଲାସ୍ ରୁମ ଶିକ୍ଷାଦାନ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ସ୍କୁଲ୍‌ରୁ ସପ୍ତାହେ ପାଇଁ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନ ତଳେ କାମାକ୍ଷାନଗର ଓ ବରଗଡ଼ର ଦୁଇଟି ସ୍କୁଲ୍‌ରୁ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ମାନେ ରେଡ୍ ଜୋନ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ସଂକ୍ରମଣକୁ କିପରି ରୋକାଯାଇପାରିବ ତାକୁ ନେଇ ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଛି।

Odisha News Post Covid Care
Advertisment
Advertisment