• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମାଲୋଚନା । ଦୁଷ୍ମନ୍ତ ବହୁବାର ସରକାରଙ୍କୁ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ତା’ର ଦୁଃଖ ଶୁଣିବାର ଆବଶ୍ୟକତା ଥିଲା । କାହା ଆଗରେ ଦୁଃଖ ଜଣାଇଥିଲା ତାକୁ ଅନୁଧ୍ୟାନ କରି ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଜଣାପଡିବ ଯେ ସରକାର ଲୋକଙ୍କ ସହ ଅଛନ୍ତି ବୋଲି ଅସହ୍ୟ ପରିସ୍ଥିତି ରାଜ୍ୟରେ । ସେଥିପାଇଁ ଲୋକ ବିଧାନସଭା, ସଚିବାଳୟ ଓ ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ନିରଂଜନ ।

ସେପଟେ ମୃତ ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବା ପାଇଁ ବାହାରିଛି ବିଜେପିର ସାତ ଜଣିଆ ଟିମ । ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏହି ଟିମ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅନ୍ତର୍ଗତ ପଙ୍କପାଳ ଗାଁ ଅଭିମୁଖେ ବାହାରିଛି । ଏହି ଅବସରରେ ମନମୋହନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇ ସମାଲୋଚନା କରିଛନ୍ତି । ଗତକାଲିର ଘଟଣା ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଥିବା ସେ କହିଛନ୍ତି । ଦୁଷ୍ମନ୍ତ ଦାସଙ୍କର ଦୁଃଖଦାୟକ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଗତକାଲି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଉ ତାଙ୍କ ମୃତ୍ୟୁ ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ

ସୂଚନାଥାଉ ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସ୍‌ସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ସରକାରଙ୍କଠାରୁ ଏସ୍‌ସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା’ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି କୌଣସି ସହାୟତା ମିଳିନଥିଲା ।

ଫଳରେ ଗତକାଲି ମଧ୍ୟାହ୍ନରେ ବିଧାନସଭା ଭିତରେ ହଟ୍ଟଗୋଳ ଚାଲିଥିବାବେଳେ ଚିକିତ୍ସା ଅବହେଳା ଅଭିଯୋଗ କରି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । BSKY କାର୍ଡ ଗ୍ରହଣ ହେଉନଥିବା, SCBରେ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ। ହେଲେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି