Advertisment

କୋଭିଡ ଗାଇଡଲାଇନ ଭିତରେ ଫିକା ଫିକା ଗଣେଶ ପୂଜା

ଆଜି ଗଣେଶପୂଜା। ହେଲେ ଆଗପରି ଆନନ୍ଦ, ଉଚ୍ଛ୍ୱାସ ନାହିଁ। ଫିକା ଫିକା ଲାଗୁଛି ଗଣେଶ ପୂଜା

author-image
Minati Mishra
Ganesh Puja

Ganesh Puja

ଭୁବନେଶ୍ୱର:ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ବିଘ୍ନ ବିନାଶକଙ୍କ ପୂଜା । ବିଦ୍ୟାର୍ଥୀମାନେ ଉପବାସ ରହି ଗଣେଶଙ୍କ ନିକଟରେ ନଡିଆ ବାଡେଇ ପୂଜାର୍ଚ୍ଚନା କରିଥାନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ରପୂଜା ଗଜାନନଙ୍କର ପୂଜା ହୋଇଥାଏ।

Advertisment

ହେଲେ ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି । କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି । କଟକଣା ଭିତରେ ପୂଜା ହେଉଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ । ଓଡ଼ିଶାର ଜଟଣୀ ଓ କଟକରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ ହୋଇଥାଏ। ହେଲେ ଏଥର ସେଭଳି ଆଡ଼ମ୍ବର ନାହିଁ ।

Advertisment

ତେବେ କଟକ ସହରରେ ଗଣେଶ ପୂଜା କରିବା ଲାଗି ମଣ୍ଡପଗୁଡ଼ିକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି । କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସେପଟେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।

୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ । ସେହିପରି ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ। ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ ହେବେ।  ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ।  

Ganesh Puja Celebration Ganesh Chaturthi
Advertisment
Advertisment