Advertisment

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ?

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।

author-image
Sarbeswar
Prashant Jagdev

Prashant Jagdev

ଭୁବନେଶ୍ୱର: ଲୋକ ପ୍ରତିନିଧି ହୋଇ ଦାଦାଗିରି ଦେଖାଉଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ? ବିଚ୍ ରାସ୍ତାରେ ଜଣେ ଦଳିତ ନେତାଙ୍କୁ ମାଡ଼ ଓ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁବ୍ୟବହାର ଅଭିଯୋଗରେ ଜଗଦେବଙ୍କୁ ବାନ୍ଧିବ କି ପୋଲିସ? ଗତକାଲି ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଜଗଦେବଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ବି ଲାଗିଛି। ବାଲୁଗାଁ ଏସଡିପିଓଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସ୍ପି।

Advertisment

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।

Advertisment

ଏପଟେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ କାଲିର ଘଟଣା ମହଙ୍ଗା ପଡ଼ିଛି। ବାଲୁଗାଁରେ ବିଧାୟକଙ୍କ ଦାଦାଗିରି ଖବର ଗଣମାଧ୍ୟମରେ ପ୍ରଚାର ହେବା ମାତ୍ରେ ତାଙ୍କୁ ବିଜେଡିରୁ ତତକ୍ଷଣାତ୍ ନିଲମ୍ବନ କରିଥିଲେ ଖୋଦ୍ ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ।

ଏପରିକି ତାଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ବି ବିଦା ହେବାକୁ ପଡ଼ିଛି। ତେବେ ଏହି ଦଳୀୟ କାର୍ଯ୍ୟାନୁଷ୍ଠାନକୁ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର କହି ଆଇନକୁ ହାତକୁ ନେଇ ଜନପ୍ରତିନିଧିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ସେପଟେ ଅଭିଯୋଗ ମାତ୍ରେ କାର୍ଯ୍ୟାନୁଷ୍ଠାନ ନେଇ ଅନେକ ଦିନ ପରେ ନବୀନ ପୁଣି ତାଙ୍କ ସ୍ୱଚ୍ଛ ଶାସନ ଅନ୍ଦାଜକୁ ଆପଣାଇଛନ୍ତି। ତେବେ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ କେବେ ନେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଗତକାଲିର ଘଟଣା ଓ ବିଜେଡିର ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଦଳର ଶୃଙ୍ଖଳାକୁ ଦେଖି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ମନ୍ତବ୍ୟ ଦେଇଥିଲେ ପ୍ରଶାନ୍ତ ଜଗଦେବ। ତେବେ ତାଙ୍କ ବିରୋଧରେ ଏବେ ଆଇନ୍ କି କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ବିଧାୟକ ତାକୁ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର

Odisha BJD MLA Suspended
Advertisment
Advertisment