Advertisment

ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨ ଦିନ ପରେ ପରିବାର ଲୋକଙ୍କୁ ଦିଆଗଲା ଖବର

ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ୍ୟୁର ୨ ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odia Labour Died

Odia Labour Died

ଖଲ୍ଲିକୋଟ: ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗାଁର ପ୍ରଦୀପ ପାହାନ କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ। ସେଠାରେ ସେ ଡଲଫିନ ଟ୍ରେଡିଂ ଏଣ୍ଡ ଇନଭେଷ୍ଟମେଣ୍ଟ୍‌ LLCରେ କାର୍ଯ୍ୟ କରୁଥିଲେ। 

Advertisment

ଗତ ମଙ୍ଗଳବାର ଓମାନରେ କାମ କରୁଥିବା କିଛି ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ପ୍ରଦୀପଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘରେ ତାଙ୍କର ବୃଦ୍ଧ ବାପା, ମାଆ, ସ୍ତ୍ରୀ ଓ ଛୋଟ ଛୋଟ ୨ ଛୁଆଙ୍କ ଦେଖାଶୁଣା ଓ ଲାଳନପାଳନ କେମିତି ହେବ, ସେନେଇ ସମସ୍ତେ ଏବେ ଚିନ୍ତାରେ। ତାଙ୍କର ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। 

ସ୍ୱାମୀଙ୍କ ଅଚାନକ୍‌ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ। କାନ୍ଦି କାନ୍ଦି ପ୍ରଦୀପଙ୍କ ସ୍ତ୍ରୀ କହିଛନ୍ତି, ‘ଗାଁରେ କିଛି କାମଧନ୍ଦା ନମିଳିବାରୁ ସେ ବାହାରକୁ ଯାଇଥିଲେ। ବାପାମା’ଙ୍କ ଦେଖାଶୁଣା ଓ ପିଲା ମାନଙ୍କ ଭବିଷ୍ୟତ କଥା ଭାବି ସେ କାମ କରିବାକୁ ବାହାରକୁ ଯାଇଥିଲେ। ହେଲେ ଏବେ ତାଙ୍କ ଦେହାନ୍ତ ପରେ ପିଲାମାନେ, ଶାଶୁ, ଶ୍ୱଶୁରଙ୍କ କିଏ ଦେଖାଶୁଣା କରିବ ? କମ୍ପାନୀ ତାଙ୍କୁ ହଇରାଣ କରୁଥିଲା। ଏପରିକି ତାଙ୍କୁ ଗାଁକୁ ଛାଡ଼ୁ ନଥିଲା କି ଟଙ୍କା ମଧ୍ୟ ଦେଉ ନଥିଲା। ଖାଇବାକୁ ମଧ୍ୟ ଦେଉ ନଥିଲା। ତାଙ୍କର ମୃତ୍ୟୁ ହେବାର ୨ ଦିନ ପରେ ଆମକୁ ଖବର ଦିଆଯାଇଥିଲା।’ 

Advertisment

ଅନ୍ୟପକ୍ଷେ, ପ୍ରଦୀପଙ୍କ ମୃତ୍ୟୁ କେମିତି ହେଲା,ତା’ର ତଦନ୍ତ ସହ ମୃତଦେହ କିଭଳି ଭିଟାମାଟିକୁ ଆସିବ ସେନେଇ ଆକୁଳ ପ୍ରଦୀପଙ୍କ ପରିବାର ଲୋକ ନିବେଦନ କରିଛନ୍ତି।

Death Of Odia Labourers Odia Labour Died
Advertisment
Advertisment