• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୭ ତାରିଖ, ଶୁକ୍ରବାର, କନ୍ୟା ୧ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ନୂତନ କର୍ମ ସଂସ୍ଥାନ ମିଳିପାରେ । ବ୍ୟବସାୟରେ ଆୟ ଭଲ ହୋଇପାରେ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଚନ୍ଦନର ତିଳକ ଲଗାନ୍ତୁ

ବୃଷ- କର୍ମକ୍ଷେତ୍ରରେ ବାଧା ବିଘ୍ନ ଦୂର ହୋଇପାରେ । ସମସ୍ତ କାର୍ଯ୍ୟରେ ସଫଳତା ପାଇପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ- କର୍ମକ୍ଷେତ୍ରରେ ବହୁତ ଅଧିକ ପରିଶ୍ରମ କରିପାରନ୍ତି । ମନରେ ଅଶାନ୍ତି ଲାଗି ରହିବା ଏବଂ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

କର୍କଟ- କର୍ମକ୍ଷେତ୍ରରେ ସଫଳତା ପାଇପାରିବେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ମିଳିପାରିବ । ଛାତ୍ରଛାତ୍ରୀମାନେ ସଫଳତା ପାଇପାରିବେ ।

ପ୍ରତିକାର-ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ସିଂହ- ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶରୀରରେ ପୀଡା ଅନୁଭବ ହୋଇପାରେ ।

ପ୍ରତିକାର- ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ

କନ୍ୟା- କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ବ୍ୟବସାୟରେ ଭଲ ଲାଭବାନ ହେଇପାରନ୍ତି । ବିଭିନ୍ନ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି ।

ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା- ନିଜ ଉଦ୍ୟମ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ପାଇପାରିବେ । ସୁସମ୍ବାଦ ଓ ସୁଖାଦ୍ୟ ପ୍ରାପ୍ତି ହୋଇପାରେ । ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ବିଛା- ବ୍ୟବସାୟରେ ଆୟ ଲାଭ ହୋଇପାରେ । ମାନ, ସମ୍ମାନ, ପ୍ରତିଷ୍ଠା ଲାଭ ହେବାର ସମ୍ଭାଭନା ରହିଛି । ମହିଳାମାନେ ଧର୍ମପରାୟଣ ହୋଇପାରନ୍ତି ।

ପ୍ରତିକାର- ନାଲିରଙ୍ଗର ବ୍ୟବହାର କରନ୍ତୁ

ଧନୁ -ନୂତନ କାର୍ଯ୍ୟଭାର ହାତକୁ ନେଇପାରନ୍ତି । କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ଶାରିରୀକ କଷ୍ଟ ଦେଖା ଦେଇପାରେ, ତେଣୁ ସତର୍କ ରୁହନ୍ତୁ ।

ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର - ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟରେ ଭଲ ହେବା ସମ୍ଭାବନା ରହିଛି । ଭୂମିକ୍ରୟର ସୁଯୋଗ ମିଳିପାରେ ।

ପ୍ରତିକାର- ନୀଳ ରଙ୍ଗର ଅଧିକ ବ୍ୟବହାର କରନ୍ତୁ

କୁମ୍ଭ- ବ୍ୟବସାୟରେ କ୍ଷତି ହୋଇପାରେ । କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ । ବନ୍ଧୁଙ୍କ ସହଯୋଗ ପାଇପାରନ୍ତି ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ମୀନ- କର୍ମକ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ଦୂର ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଶୁଭଫଳ ଦେଇପାରେ । ପରିବାରରେ ଶାନ୍ତି ପାଇପାରନ୍ତି ।

ପ୍ରତିକାର- ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ