Advertisment

ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ଲେଖାଇଲେ ନାମ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

author-image
Sarbeswar
ଅଦ୍ୟତନ ହୋଇଛି
Sainik School

Sainik School

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

Advertisment

ଭୁବନେଶ୍ୱର ସୈନିକ ସ୍କୁଲ ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଜ୍ଞତା ବଖାଣିବା ସହ ଦେଶ ପାଇଁ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି ଏସ. ମୋହନ। ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ ସମ୍ପର୍କରେ ପଚାରି ସେନାରେ ଯୋଗ ଦେବା ପାଇଁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ପାକିସ୍ତାନ ଉପରେ ଭାରତର ୧୯୭୧ ଯୁଦ୍ଧ ବିଜୟର ସ୍ମୃତି ବହନ କରୁଥିବା ମଶାଲ ଶୋଭାଯାତ୍ରା ଭୁବନେଶ୍ୱରେ ଅକଟୋବର ୨୦ରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

Bhubaneswar Odisha National Education Policy Sainik School
Advertisment
Advertisment