/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631870011.jpg)
Durga Puja
କଟକ: କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ମୂର୍ତ୍ତି ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ଗତକାଲି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ହାଇକୋର୍ଟ ଏହାର ରାୟ ଶୁଣାଇଛନ୍ତି। ମହାମାରୀ ବେଳେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଦେବା ସହ ଆବେଦନକୁ ଖାରଜ କରିଛନ୍ତି।
ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା। ଏପରିକି ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ସମେତ SRCଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ କଟକରେ ବିଭିନ୍ନ ପୂଜା କମିଟି ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିରୋଧ କରାଯାଇଛି। ଏହାକୁ ବିରୋଧ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
Also Read
ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ। ଶାନ୍ତି କମିଟି ବୈଠକରେ ଏହି ମତ ରଖିଥିଲେ ସାଂସଦ ଭର୍ତ୍ତୃହରି ମହତାବ। ତେବେ ମୂର୍ତ୍ତିକୁ ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଛଲ୍ୟ କରିବାକୁ ମଧ୍ୟ ପଛାଇ ନଥିଲେ ଭର୍ତ୍ତୃହରି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)