• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ଅଣ୍ଡା କୋରମା'

ସାଧାରଣତଃ ଘରେ ଚିକେନ କୋରମା କିମ୍ବା ପୋଟଳ କୋରମା ଆଦି ରାନ୍ଧଣା ପ୍ରସ୍ତୁତ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଅଣ୍ଡା କୋରମା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଅଣ୍ଡା କୋରମା’ ବନେଇବା ପାଇଁ ସାମଗ୍ରୀ:

ଅଣ୍ଡା-୪ଟି,କାଜୁ ପେଷ୍ଟ,ଦହି,କ୍ଷୀର-୧ କପ୍,ପିଆଜ,ରସୁଣ,ଅଦା ପେଷ୍ଟ,ଧନିଆ ଗୁଣ୍ଡ,ଜିରା ଗୁଣ୍ଡ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,କଟା ପିଆଜ,କଟା କଞ୍ଚା ଲଙ୍କା, ଭଜା ପିଆଜ,ରିଫାଇନ ତେଲ ,ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଅଣ୍ଡା ଗୁଡିକ ସିଝେଇ ଦିଅନ୍ତୁ । ଅଣ୍ଡାରୁ ଚୋପା ଛଡାଇ ଏକ ପାତ୍ରରେ ରଖନ୍ତୁ
  • ଏହାପରେ ଅଣ୍ଡାରେ ଅଳ୍ପ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ସିଝା ଅଣ୍ଡା ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
  • ଅଣ୍ଡା ଭଲଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ
  • ଏହାପରେ କଡେଇରେ ତେଲ ପକାନ୍ତୁ ,ତେଲ ଗରମ ହେଲାପରେ ସେଥିରେ ଗୋଟା ଗୁଜୁରାତି,ଲବଙ୍ଗ ଡାଲଚିନ୍ ଆଦି ଗରମ ମସଲା ପକାଇ ଭାଜନ୍ତୁ ।
  • ଏହାପରେ ସେଥିରେ ପିଆଜ,ରସୁଣ ଓ ଅଦା ପେଷ୍ଟକୁ ସେଥିରେ ପକାଇ କଷି ଦିଅନ୍ତୁ ।
  • ଏହାପରେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, କଟା କଞ୍ଚାଲଙ୍କା ଓ ଅଳ୍ପ ଲୁଣ ପକାନ୍ତୁ । ଏହାପରେ ସେହି ମସଲାରେ ଅଳ୍ପ ପାଣି ଦେଇ ଭଲ ଭାବେ କଷି ଦିଅନ୍ତୁ ।
  • ଏହାପରେ ସେଥିରେ କାଜୁ ପେଷ୍ଟ ପକାଇ ମସଲାରେ ଗୋଳାଇ ଭଲଭାବେ କଷନ୍ତୁ ।
  • ଏହାପରେ ସେଥିରେ ଅଳ୍ପ ଦହି ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଭଜା ହୋଇଥିବା ଅଣ୍ଡାକୁ ପକାଇ ଅଳ୍ପ ସମୟ କଷି ଦିଅନ୍ତୁ ।
  • ଏହାପରେ କଡେଇରେ ଘୋଡଣୀ ଦେଇ ମସଲା ସିଝିବାକୁ କିଛି ସମୟ ଛାଡି ଦିଅନ୍ତୁ ।
  • ଏହାପରେ ସେଥିରେ ଗୋଟେ କପ୍ କ୍ଷୀର ଓ ଭଜା ହୋଇଥିବା ପିଆଜକୁ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାର ୫ ମିନିଟ ପରେ କୋରମା ଫୁଟି ଆସିଲେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଅଣ୍ଡା କୋରମା । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ରେ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।