Advertisment

ହାଇକୋର୍ଟ ଗଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Orissa High Court

ଭୁବନେଶ୍ୱର: ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ। ଏହି ମାମଲାରେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସିବିଆଇ ନିର୍ଦ୍ଦେଶକ ଓ ରାଜ୍ୟ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

Advertisment

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଥିବା ନେଇ କିଛି ଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଥିଲା।

ତେବେ ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ଖୋଳତାଡ଼ କରୁଛି। ସେପ୍ଟେମ୍ବର ୨୦ରେ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍‌ ସାଇନ୍ସ ଲାବୋରେଟୋରିରେ ବିଦ୍ୟାଭାରତୀଙ୍କର ଲାଏ ଡ଼ିଟେକ୍ସନ ଟେଷ୍ଟ କରାଯାଇଥିଲା। ତେବେ ଏହି ସମୟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ କଥାର ତଥ୍ୟ ପାଇଥିବା ନେଇ ସୂଚନା ମିଳିଛି।

Advertisment

ମୋଟ୍‌ ଉପରେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇଥିବାବେଳେ ପୋଲିସ ଆଜିଯାଏ ଅପରାଧୀ ପାଖରେ ପହଞ୍ଚି ପାରିନି। ତଦନ୍ତରେ ଜାଣିଶୁଣି ଅବହେଳା କରାଯାଉଛି ଏବଂ ତଦନ୍ତର ମୋଡକୁ ଦିଗହରା କରିବା ପାଇଁ ଚାପ ପକାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପକ୍ଷେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁନି। ଏହାକୁ ନେଇ ପୂର୍ବରୁ ସାଧାରଣ ଲୋକ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ। ସୂଚନାଥାଉ କି, ACF ସୌମ୍ୟ ରଞ୍ଜନଙ୍କର ତାଙ୍କ ସରକାରୀ ବାସଭବନରେ ପୋଡି ହୋଇ ମୃତ୍ୟୁ ଘଟିଥିଲା। ଇତି ମଧ୍ୟରେ ପାଖାପାଖି ୩ ମାସ ସମୟ ବିତି ଯାଇଥିଲେ ହେ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ। ଖାଲି ଜେରାରେ ଜେରାରେ ରହି ଯାଇଛି ତଦନ୍ତ। ହେଲେ କେବେ ସୋମ୍ୟଙ୍କ ପରିବାର ନ୍ୟାୟ ପାଇବ ତାହାକୁ ରହିଛି ଅପେକ୍ଷା।

Odisha High Court ACF Soumya Ranjan Death Case
Advertisment
Advertisment