• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Kotia
କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି

  • Wednesday, 29 September 2021
  • Kotia
Narega Work
କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।

  • Wednesday, 29 September 2021
  • NREGA
Farmers Protest
ସମବାୟରେ ପୁଣି ଦୁର୍ନୀତି ଅଭିଯୋଗ; ଚାଷୀଙ୍କ ଜାଣିନାହାନ୍ତି, ତାଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଋଣ ବୋଝ !

ଆଠଗଡ ପରେ ଏବେ ବଡମ୍ବାରେ ସମବାୟ ଦୁର୍ନୀତି ଅଭିଯୋଗ । ବଡମ୍ବା ବ୍ଲକ ଯୋଡୁମୁ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ । ଚାଷୀମାନେ ଏଭଳି ସାଂଘାତିକ ଅଭିଯୋଗ ଆଣି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି ।

ବୈପାରୀଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର
ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା, ମୋବାଇଲ ଲାଇଟ୍‌ ପକାଇ ଦେଖୁଛନ୍ତି ନର୍ସ

ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା । କେଉଁ ବେଡ୍‌ରେ ଗର୍ଭବତୀଙ୍କ ଚିକିତ୍ସା ତ କେଉଁ ବେଡ଼ରେ ଶିଶଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିବାବେଳେ ଟର୍ଚ୍ଚ ଲାଇଟରେ ଜାରି ରହିଥିଲା ଚିକିତ୍ସା ।

Expired Medicine Given To Patient
ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। 

Mega Drinking Water Project Kharasrota River
ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ।

chiken zafrani
ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ‘ଚିକେନ୍ ଜାଫରାନୀ’

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରାଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘।

DRDO Espionage Case
DRDO ତଥ୍ୟ ଲିକ୍ ମାମଲା: ମିଳିଲା ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ୍ ରେକର୍ଡିଂ 

ରହସ୍ୟମୟୀ ମହିଳା ଜଣକ ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ନିଆଯିବ। ରହସ୍ୟମୟୀ ମହିଳାଙ୍କ ଫଟୋ ଏବଂ ଭିଡିଓ କଲ୍ ରେକର୍ଡିଂ ଠାବ କରାଯାଇଛି। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।

balanga Police Station Blast
ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ : SI ତଅପୋଇ ନାୟକ ନିଲମ୍ବିତ

ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ । ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି। 

‘World Heart Day’
ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍, ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଓଟିଭି ନେଟୱର୍କ ଏମଡି

ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ

Coronavirus
୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍‌ ବାହାରିଛନ୍ତି। 

Minor Boy Found In A Critical Condition
ନିଖୋଜର ୨ ଦିନ ପରେ ବିଲରୁ ମୁମୂର୍ଷ ଅବସ୍ଥାରେ ମିଳିଲା ନାବାଳକ

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା।

Daily Horoscope
Daily Horoscope, 29 Sept 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ସେପ୍ଟେମ୍ବର ମାସ ୨୯ ତାରିଖ, ବୁଧବାର, କନ୍ୟା ୧୩ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଆର୍ଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....

Minor Girl Leaves From Home
ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ଘର ଛାଡ଼ି ପଳାଇଲେ ନାବାଳିକା, ତା’ପରେ...

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Wednesday, 29 September 2021
Kendrapara
ଖରସ୍ରୋତା ଜଳବିବାଦ: RTI ତଥ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Heavy Rainfall Alert In Odisha
ପୁଣି ଲଘୁଚାପ: କାଲିଠୁ ପ୍ରବଳ ବର୍ଷିବ

ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ

Neighbor State
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।

Balanga Police Station
ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା, ଦାୟୀ କିଏ ? କଂଗ୍ରେସ କହିଲା ଭୋଟରଙ୍କୁ ଭୟଭୀତ କରିବାକୁ ଚାଲ୍‌..

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି ।

Pipili Vote
ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ ।

Instagram Girl
ବାୟା କଲାଣି ସୋସିଆଲ ମିଡିଆ, ବାପା-ମାଆଙ୍କୁ ନଜଣାଇ ଘରୁ ପଳାଇଲା ୧୨ ବର୍ଷର ଝିଅ

ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆଦି ବାୟା କରୁଛି ।

Protest For Odia Language
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

vegetable price hike
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।

Koraput Sunki
ଗୁଲାବ ପ୍ରଭାବ: ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ, ରାସ୍ତା ଉପରେ ପଡ଼ି ରହିଛି ମାଟି ଅତଡ଼ା

କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏନ୍‌ଡିଆର୍‌ଏଫ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି ।