Advertisment

ସନ୍ନ୍ୟାସ ନେଲେ ଓଡ଼ିଶାର ମୋଷ୍ଟ ୱାଣ୍ଟେଡ୍ ଚୋର !

୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ।

author-image
Chandan Shishu
କୁଖ୍ୟାତ ଚୋର ହେମନ୍ତ ଦାସ

କୁଖ୍ୟାତ ଚୋର ହେମନ୍ତ ଦାସ

ଭୁବନେଶ୍ୱର: ପୁରୁଣା ଚୋରର ଚମତ୍କାର କାହାଣୀ। ୩୫ ବର୍ଷ ଧରି ଯିଏ ବୁଲାଇଛି କଳାକନା। ଆଛା ଆଛାଙ୍କ ପକେଟ୍‌କୁ ଖାଲି କରିଦେଇଛି ଯିଏ, ସିଏ ଏବେ ହାତ ଯୋଡୁଛି। ଚୋରି ଲାଇନ୍‌ରେ କେହି ନଯିବାକୁ ପରାମର୍ଶ ଦେଉଛି। କାରଣ ୩୫ ବର୍ଷ ଭିତରେ ୫ଶହ ଥର ଚୋରି କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ ବି ପାଖରେ କିଛି ନାହିଁ। ନାଁ ହେମନ୍ତ ଦାସ। ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳ। ବୟସ ପାଖାପାଖି ୬୦। ଭୁବନେଶ୍ୱରରୁ ଜାମ୍ମୁ କାଶ୍ମୀର, ମୁମ୍ବାଇରୁ କୋଲକାତା, ଚେନ୍ନାଇରୁ ଗ୍ୟାଙ୍ଗଟକ୍। ଦେଶର ଏମିତି କୌଣସି ସ୍ଥାନ ନାହିଁ, ସେ ଭ୍ରମଣରେ ଯାଇନି। 

Advertisment

ବୁଲିବା ଓ ବିଳାସମୟ ହୋଟେଲରେ ରହିବା ତା ନିଶା, ଚୋରି କରିବା ତାପେଶା। ଯେଉଁ ହୋଟେଲ୍ ରୁମ୍‌ରେ ରୁହେ, ତାକଡ଼ ରୁମ ଟାର୍ଗେଟ୍ କରେ। ସେଠାରୁ କୌଶଳକ୍ରମେ ଟଙ୍କା ଲୁଟି ତୁରନ୍ତ ଛାଡ଼ି ପଳାଏ ହୋଟେଲରୁ। ଇତିମଧ୍ୟରେ ଦେଶବ୍ୟାପି ୫ ଶହରୁ ଅଧିକ ଚୋରି ମାମଲା ଥିବାବେଳେ ଭୁବନେଶ୍ୱରରେ ରହିଛି କେବଳ ୧୦୨ଟି। ଏହି ବିଳାସମୟ ଜୀବନ ଜୀଉଁଥିବା ଚୋରକୁ ଶେଷରେ ଆଜି ଚୋରି ଉଦ୍ୟମବେଳେ କଟକରୁ ଧରିଛି କମିଶନରେଟ୍ ପୋଲିସ।

୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ। କେମିତି, କାହାକୁ ଓ କେତେବେଳେ କରାଯାଇପାରିବ ଟାର୍ଗେଟ ? ଧରା ନପଡ଼ିବାର କଳା କୌଶଳ ଶିଖିଥିଲା ସେହି କୁଖ୍ୟାତ ଚୋରଠାରୁ। ଶେଷରେ ଜେଲରୁ ମୁକୁଳିବା ପରେ ଚୋରିବିଦ୍ୟାର କରିଥିଲା ପ୍ରୟୋଗ। ପ୍ରଥମେ ଅଳଙ୍କାର ସହ କିଛି ସାମଗ୍ରୀ ଚୋରି କରିଥିଲା। ପରେ ପରେ କିନ୍ତୁ ପଡ଼ିଗଲା ଟଙ୍କା ମୋହରେ।

Advertisment

ONE MAN ARMY ସାଜି ଏକୁଟିଆ ଚୋରି କରୁଥିଲା ହେମନ୍ତ। ସହିଦନଗର ଅଞ୍ଚଳରେ ଗତ ମାସରେ ଜଣଙ୍କ ଘରୁ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏଭଳି ଚୋରି କରି ସେହି ଟଙ୍କାକୁ ବିଭିନ୍ନ ସ୍ଥାନ ବୁଲିବା ସହ କର୍ଲଗାର୍ଲ ପଛରେ ଉଡାଉଥିଲା। ୫ କୋଟିରୁ ଅଧିକ ଟଙ୍କା ଚୋରି କରିଥିବା ହେମନ୍ତ ଆକାଉଣ୍ଟରେ ଏବେ ଅଛି ମାତ୍ର ୧୪ ଶହ। ଏଣେ ଧରାପଡ଼ିବା ପରେ ଆଜିଠୁ ସନ୍ୟାସ ଘୋଷଣା କରିବା ସହ ନିଜ ଆତ୍ମକାହାଣୀ ବଖାଣିଛି ହେମନ୍ତ। 

ରିପୋର୍ଟ: ଅତୁଲ୍ୟ ବାଉତ|

Odisha Most Wanted Thief Commissionrate Police
Advertisment
Advertisment