Advertisment

ସୋସିଆଲ ମିଡ଼ିଆ ସର୍ଭର ଡାଉନ୍‌, କାମ କରୁନାହିଁ ଫେସ୍‌ବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍

ଡାଉନ୍‌ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍‌ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍‌ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।

author-image
Sarbeswar
ଅଦ୍ୟତନ ହୋଇଛି
undefined

social media

ନୂଆଦିଲ୍ଲୀ: ଡାଉନ୍‌ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍‌ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍‌ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।

Advertisment

ଲୋକେ ସୋସିଆଲ ମିଡ଼ିଆରୁ କିଛି ଖବର ପାଉନାହାନ୍ତି। ହ୍ୱାଟ୍ସଆପ୍‌, ଇନଷ୍ଟା, ଫେସବୁକ୍‌, ମେସେନ୍‌ଜର ଏବଂ କୁ ଆପ୍‌ ଓପନ୍‌ ହେଉନାହିଁ। ୧୦ ମିନିଟ୍‌ ହେବ କିଛି ମେସେଜ୍‌ ମଧ୍ୟ ଯାଉନାହିଁ ଯାହାକୁ ନେଇ ଚିନ୍ତାରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ।

Advertisment

ଖବର ପ୍ରସାରିତ ହେବା ପରେ ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଫେସବୁକ୍ ଏକ ବିବୃତ୍ତିରେ କହିଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ। ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ। ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ।

ସର୍ଭର ପାଇଁ ସମସ୍ୟା ହୋଇଥିବା ସ୍ୱୀକାର କଲା ହ୍ୱାଟ୍ସଆପ୍, ସବୁକିଛି ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି, ଖୁବ ଶୀଘ୍ର ଅପଡେଟ୍ କରାଯିବା ନେଇ ହ୍ୱାଟ୍ସଆପ ପକ୍ଷରୁ ସୂଚନା ଦିଆଯାଇଛି। ସର୍ଭର ସମସ୍ୟାକୁ ଟ୍ୱିଟ୍ କରି ସ୍ୱୀକାର କଲା ଇନଷ୍ଟାଗ୍ରାମ୍। ଆମ ସହ ରୁହନ୍ତୁ, ସମସ୍ୟାର ସମାଧାନ କରୁଛୁ ବୋଲି ଇନଷ୍ଟାଗ୍ରାମ କହିଛି।

Facebook Social Media Server Down
Advertisment
Advertisment