• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ୧୫ କ୍ୱିଣ୍ଟାଲ ଗଂଜେଇ ଜବତ

  • ଆନ୍ଧ୍ରପ୍ରଦେଶର ରାଜମନ୍ଦ୍ରୀ ଚାଲାଣ ହେଉଥିଲା ଗଂଜେଇ

ଚିତ୍ରକୋଣ୍ଡା,ଆର. ଉଦୟଗିରି : ମାଲକାନଗିରି ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ୧୫ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି । ଗତକାଲି ରାତିରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା। ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ରେଖାପାଲି ଦାରକୋଣ୍ଡା ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ap-27ty --4774 tata magic ଗାଡି ଟିକୁ ଅଟକାଇ ଥିଲା ପୋଲିସ୍ ।

ତେବେ ଯାଂଚ ବେଳେ ଟାଟା ମ୍ୟାଜିକ ଗାଡିରୁ ବସ୍ତା ବସ୍ତା ଗଂଜେଇ ଠାବ କରାଯାଇଥିଲା । ଏଥିସହ ଗଂଜେଇ ଚାଲାଣ ଅଭିଯୋଗରେ ଡ୍ରାଇଭରକୁ ଗିରଫ କରାଯାଇଛି । ଜବତ ଗଂଜେଇ ଆନ୍ଧ୍ରପ୍ରଦେଶର ରାଜମନ୍ଦ୍ରୀ ଯାଉଥିଲା ବୋଲି ସୂଚନା ମିଳିଛି । ଗଂଜେଇର ଆନୁମାନିକ ମୂଲ୍ୟ ୪୫,୦୦୦୦୦ ଲକ୍ଷ ବୋଲି ପ୍ରକାଶ କରିଛି ଚିତ୍ରକୋଣ୍ଡା ପୋଲିସ ।

ସେହିପରି ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ । ଗଂଜେଇ ଚାଲାଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ୭୦ଟି ବସ୍ତାରେ ଗଂଜେଇ ଭର୍ତ୍ତି କରି ଏହି ଅଂଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଏତେ ପରିମାଣର ଗଂଜେଇ ।