• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

mahalinga college President Govinda Sahoo
ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି। 

Puri
କାଲିଠୁ କାର୍ତ୍ତିକ ମାସ , ଏଥର ଶ୍ରୀକ୍ଷେତ୍ରରେ ନାହାନ୍ତି ହବିଷ୍ୟାଳୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ

Kumar Purnima 2021
ଆଜି କୁମାର ପୂର୍ଣ୍ଣିମା: କାଲିଠୁ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ

ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି

Puri
ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗୁଳି ଖାଇଲା ସ୍ତ୍ରୀ

ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଫୁଟିଲା ଗୁଳି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାଦାବଟିକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି

Kalahandi
ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 20 October 2021
laxmipuja
ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।

auto driver
ତେଲ ଦର ଏତେ, ଭଡା ନେବୁ ଆମେ କେତେ?

କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହେଉଥିବା କହିଛନ୍ତି ଅଟୋ ଚାଳକ ।

Drone Eye On Sensitive Jails
ଏଣିକି ଜେଲ୍ ଜଗିବ ଡ୍ରୋନ

ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ।

Odishi Dance
ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ ।

Jaleswar
ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣି କି ଓଡ଼ିଶା?

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ।

Dibya Shankar Mishra
ମମିତା ମେହେର ନିଖୋଜ ଘଟଣା: ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାରେ ଗାଧୋଇ ଦେଲା କଂଗ୍ରେସ

ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ

Lady Teacher Missing Probe
ମହାଲିଙ୍ଗର ମହାପାପର ମହାଖୁଲାସା ! ୧୦ ଫୁଟ୍‌ ତଳେ ମୃତଦେହ ଥିବା ପୋଲିସ ଜାଣିଲା କେମିତି?

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସୁନା ଚେନ୍ ସହ ପାଉଁଜି ଜବତ କରିଛି ପୋଲିସ

‘MOST WANTED’ Gobinda Sahu nabbed
ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା।

BMC GUIDELINES
ଆସିଲା ପୂଜା ଗାଇଡ଼୍‌ଲାଇନ୍‌: ୪ ଫୁଟ୍‌ ଭିତରେ ରହିବ ମୂର୍ତ୍ତି ଉଚ୍ଚତା

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।

Mamita
ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର !

ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ମହାଲିଙ୍ଗର ବୋଲି ସୂଚନା ମିଳିଛି। ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ମିଳିବା ଘଟଣାପରେ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ମୃତଦେହ ସହ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ

SALUJA
ମମିତା ମେହେର ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି

ଆୟୁଷ ମହାପାତ୍ର ଓଲଟା ଆଙ୍କି ରେକର୍ଡ କରିଛନ୍ତି
ପାଞ୍ଚ ମିନିଟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ

କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ଅନେକ ସ୍ୱପ୍ନ ରହିଛି ବୋଲି କହିଛନ୍ତି। 

Drinking Water Crisis Haunts People In Koraput’s Lamtaput
ପାଣି ଟୋପାଏ ପାଇଁ ହନ୍ତସନ୍ତ ୨ ଶହ ପରିବାର

ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମୁଖ୍ୟାଳୟର ବ୍ରାହ୍ମଣିପୁଟ ଗାଁର ଲୋକେ । ଗାଁରେ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ ।

Lady Teacher Missing Case
ତେଜିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି, ଉତ୍ତର ରଖିଲେ ବିଜେଡି ଉପସଭାପତି

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ।

Lady Teacher Missing Case
ମୁହଁ ନଖୋଲିବାକୁ କହିଥିଲା ପୋଲିସ୍‌: ନିଖୋଜ ମମିତାଙ୍କ ବଡ଼ବାପା

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ  ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି। 

Rasgola Recipe
କୁମାର ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ରସଗୋଲା’

ଆମ ଓଡ଼ିଆ ଘରେ ୧୨ ମାସରେ ତେର ପର୍ବ । ପର୍ବପର୍ବାଣୀରେ ଘରେ ବିଭିନ୍ନ ପିଠାପଣା ଓ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି କୁମାର ପୂର୍ଣ୍ଣିମାରେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରସଗୋଲା' । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

Lady Teacher Missing Case
ମାଟିତଳୁ ଗଳିତ ମୃତଦେହ ଉଦ୍ଧାର, ଚିହ୍ନଟ କରିବେ ପରିବାର

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା। 

Family In Odisha Counts Days Of Pain In School
ଦୁଇ ବଢିଲା ଝିଅ ଓ ରୋଗୀଣା ପତ୍ନୀଙ୍କୁ ନେଇ ସ୍କୁଲ ଘରେ ରହୁଛନ୍ତି ପଦ୍ମଚରଣ

ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମେଳକ ସାହି ପ୍ରାଥମିକ ସ୍କୁଲରେ ।

Vegetable And fuel price hike
ତେଲ ଓ ପରିବା ଦରରେ ନିଆଁ

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ସପ୍ତାହରେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଥିଲା । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି ।