Advertisment

ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ ।

author-image
Otv Khabar Bureau
Odishi Dance

Odishi Dance

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ । ଏହି କେନ୍ଦ୍ରରେ ୩୦ ବର୍ଷରୁ ଅଧିକ ସମୟ ଧରି ସଂଗୃହୀତ ଅଭିଲେଖାଗାରର ଡିଜିଟାଇଜ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଏବେକା ତଥା ଆଗାମୀ ପିଢ଼ିଙ୍କୁ ଏହା ଖାଣ୍ଟି ଓଡ଼ିଶୀ ସମ୍ପର୍କରେ ଜ୍ଞାନ ମିଳିପାରିବ ।

Advertisment

ଅନଲାଇନ୍ ମାଧ୍ୟମରେ ମିଳିପାରିବ ଖାଣ୍ଟି ଓଡ଼ିଶୀ ନୃତ୍ୟର ଶିକ୍ଷା । ସବୁ ଗ୍ରାମରେ ଅନଲାଇନ୍ ଓଡ଼ିଶୀ ଶିକ୍ଷା ସହ ଗବେଷଣା ପାଇଁ ମିଳିପାରିବ । ଏ ଶାସ୍ତ୍ରୀୟ ନୃତ୍ୟର ABCD ଓଡ଼ିଶୀକୁ ଉତୁଙ୍ଗ ଶିଖରରେ ପହଞ୍ଚାଇଥିବା ମହାନ ଗୁରୁ କେଳୁ ଚରଣ ମହାପାତ୍ର, ଦେବ ପ୍ରସାଦ ଦାସ, ଗୁରୁ ପଙ୍କଜ ଚରଣ ଦାସ, ସଂଯୁକ୍ତା ପାଣିଗ୍ରାହୀଙ୍କ ଭଳି ଆହୁରି ଅନେକ ପୋଖତ ଗୁରୁଙ୍କର ପ୍ରତିଟି କଳାକୌଶଳକୁ ଗୋଟିଏ ସ୍ଥାନରୁ ପାଇପାରିବେ । ଏ କ୍ଷେତ୍ରର ରୂଚି ରଖୁଥିବା ଲୋକଙ୍କୁ ଏହି ଦିବଙ୍ଗତ ଗୁରୁମାନଙ୍କ ନୃତ୍ୟକୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସଂସ୍କୃତି ବିଭାଗ । ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅଭିଲେଖାଗାରର ଏବେ ସଂପୂର୍ଣ୍ଣ ଡିଜିଟାଇଜ କାମ ଚାଲିଛି । ଏଠାରେ ୧୯୯୦ରୁ ଆଜି ପଯର୍ୟନ୍ତ ସମସ୍ତ ପ୍ରମୁଖ ଗୁରୁଙ୍କ ନୃତ୍ୟ ଶୈଳୀର ଭି଼ଡିଓ ସଂରକ୍ଷିତ ରହିଛି । ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ମାଧ୍ୟମରେ ଏହି ଅଭିଲେଖାଗାରର ପ୍ରଥମ ପର୍ଯ୍ୟାୟ ଡିଜିଟାଇଜ୍ କାମ ପ୍ରାୟ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପଯର୍ୟାୟ ପ୍ରସ୍ତୁତି ଆରମ୍ଭ ହେଉଥିବାର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଡ.ସଙ୍ଗୀତା ଗୋସାଇଁ କହିଛନ୍ତି ।

Advertisment

ଆଶା କରାଯାଉଛି ଯେ, ଓଡ଼ିଶୀକୁ କ୍ୟାରିୟର କରୁଥିବା ତଥା ଏ କ୍ଷେତ୍ରକୁ ଆଗେଇ ଆସୁଥିବା ନୂଆ ପିଢିର ଛାତ୍ରଛାତ୍ରୀଙ୍କୁ ଏ ଅନଲାଇନ୍ ଅଭିଲେଖାଗାର ଖୁବ୍ ସହାୟକ ହୋଇପାରିବ । ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ବି ଉପଯୋଗ ହୋଇପାରିବ ଏହି ଡିଜିଟାଲ ଲାଇବ୍ରେରୀ । ଏଥିପାଇଁ ସ୍ୱଳ୍ପ ମୂଲ୍ୟର ଟଙ୍କା ଡିପୋଜିଟ କରିବାକୁ ପଡ଼ିବ । ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ଏହି ପଦକ୍ଷେପକୁ ଉଭୟ ଗୁରୁ ଏବଂ ଛାତ୍ରଛାତ୍ରୀମାନେ ପ୍ରଶଂସା କରିବା ସହ ସ୍ୱାଗତ ବି କରିଛନ୍ତି ।

ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି ଆଧୁନିକତାର ଛାପ । ତେବେ ଭବିଷ୍ୟତ ପିଢିଙ୍କୁ ଓଡ଼ିଶୀର ଅତୀତ ସମ୍ପର୍କରେ ଅବଧାରଣା ଦେବାକୁ ଉଭୟ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉଦ୍ୟମ ନିହାତି ପ୍ରଶଂସନୀୟ ।

Online Odishi Dance Training & Research
Advertisment
Advertisment