Advertisment

କାଲିଠୁ କାର୍ତ୍ତିକ ମାସ , ଏଥର ଶ୍ରୀକ୍ଷେତ୍ରରେ ନାହାନ୍ତି ହବିଷ୍ୟାଳୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ

author-image
Sarbeswar
ଅଦ୍ୟତନ ହୋଇଛି
Puri

Puri

ପୁରୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ ! ଏଥର କିନ୍ତୁ ଶ୍ରୀକ୍ଷେତ୍ର ଖାଁ ଖାଁ, ହବିଷ୍ୟାଳୀଙ୍କ ଭିଡ଼ ନାହିଁ । ହୋଟେଲ, ଲଜ୍ ଫାଙ୍କା । କାରଣ କରୋନା ଓ ଏଥିପାଇଁ ପ୍ରଶାସନର କଟକଣା ତଥାପି ଶ୍ରୀଜିଉଙ୍କ ଦର୍ଶନ କରିବା ଓ ମହାପ୍ରସାଦ ପ୍ରାପ୍ତିର ଆକାଂକ୍ଷା କିଛି ଭକ୍ତଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ।

Advertisment

କାଲିଠାରୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ । ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତେ । କିନ୍ତୁ କରୋନା ପାଇଁ ଏବଂ ଏହି ମହାମାରୀ ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହାନ୍ତି । ତଥାପି ଶ୍ରୀଜିଉଙ୍କ ଭକ୍ତି କିଛି ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଛି। କିଛି ବନ୍ଧୁ ବାନ୍ଧବଙ୍କ ଘରେ ରହୁଛନ୍ତି ତ କିଏ ଘର ଭଡ଼ା ନେଇଛନ୍ତି। ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁଯାଇ କରୋନାର ଦୁଇଟି ଯାକ ଟିକା ନେବା ସହିତ ଏହାର ପ୍ରମାଣ ପତ୍ର ଆଣିଛନ୍ତି, ପରିଚୟ ପତ୍ର ଆଣିଛନ୍ତି। ଆଶା ଅଛି ହବିଷ ପାଳନ ସହିତ ମାସକ ଯାକ ଶ୍ରୀଜିଉଙ୍କ ଦର୍ଶନ କରିବେ ଓ ମହାପ୍ରସାଦ ପାଇବେ।

Advertisment

କରୋନା ଯୋଗୁଁ କାର୍ତ୍ତକ ମାସରେ ଏଥର ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ଧର୍ମଶାଳା, ଲଜରେ ହବିଷ୍ୟାଳିଙ୍କ ଭିଡ଼ ନକରିବାକୁ ମଧ୍ୟ ତାଗିଦ କରିଛି ପ୍ରଶାସନ । ତେଣୁ ସବୁ ଲଜ୍ ଓ ଧର୍ମଶାଳା ଖାଁ ଖାଁ । ତେବେ କାର୍ତ୍ତିକରେ ଶୃଙ୍ଖଳିତ ନୀତି, ଦର୍ଶନର ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।

Odisha Puri
Advertisment
Advertisment