Advertisment

ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି।

author-image
Chandan Shishu
ଅଦ୍ୟତନ ହୋଇଛି
mahalinga college President Govinda Sahoo

mahalinga college President Govinda Sahoo

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି। ଆଉ ଶେଷରେ ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି। ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ମାନିଥିବା ସୂଚନା ମିଳିଛି। ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି। ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସର ଜେରା କରୁଛି। ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି। 

Advertisment

ଆଜିକୁ ୧୨ ଦିନ ଧରି ନିଖୋଜ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ଯେଉଁ କ୍ୟାମ୍ପସରେ ଶିକ୍ଷାଦାନ କରୁଥିଲେ ମମିତା, ସେହି କ୍ୟାମ୍ପସର ନିର୍ମାଣାଧିନ ଖେଳପଡ଼ିଆରୁ ମିଳିଛି ତାଙ୍କ ସୁନା ଚେନ ଆଉ ପାଉଁଜି । ଯାହାକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ହେଲେ ମୃତଦେହର ଅବଶେଷଟି କାହାର, ସେକଥା କିନ୍ତୁ ପ୍ରମାଣିତ ହୋଇପାରିନି । କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ।

ସ୍କୁଲ ସଭାପତି ଗୋବିନ୍ଦ ସାହୁ ପୋଲିସ ବ୍ୟାରେକରୁ ଚମ୍ପଟ ମାରିଥିଲା। ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଆଡେ ଚଢଉ ଜାରି ରଖିଥିଲା। ତାଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ନେଇ ପୋଷ୍ଟର ମାରିବା ସହ ଗୋବିନ୍ଦଙ୍କୁ ଧରାଇଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ଘୋଷଣା କରିଥିଲା। ଆଉ ଶେଷରେ ଗତକାଲି ଅପରାହ୍ନରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁକିଆରୀ ଲୁଚି ରହିଥିବା ବେଳେ କାବୁ କରିଥିଲା ପୋଲିସ। 

Advertisment
Mamita Meher Missing Lady Teacher Case Mamita Meher Missing Case Bolangir
Advertisment
Advertisment