• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Covidfree Class
କ୍ଲାସ୍‌ ହେଲେ ସ୍କୁଲରେ ବଢିବ ଗହଳି: କୋଭିଡ୍‌ମୁକ୍ତ ସରକାରଙ୍କ ଚ୍ୟାଲେଞ୍ଜ୍

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି।

ଲିପ୍ଟ ବାହାନାରେ ଦୁଷ୍କର୍ମ
ଲିପ୍ଟ ଦେବା ବାହାନାରେ ସୈତାନୀ କାଣ୍ଡ: ଗଣଦୁଷ୍କର୍ମ ପରେ ମହିଳାଙ୍କୁ ନଦୀକୁ ଫୋପାଡ଼ି ଦେଲେ

ଏପରିକି ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ ଅମାନୁଷିକ ଭାବେ ଆଘାତ ଦେବା ସହ ତାଙ୍କୁ ନଦୀ କୂଳରେ ଫୋପାଡି ଫେରାର ହୋଇଯାଇଥିବା ଜଣାପଡିଛି। ଆଇଜି ହିମାଂଶୁ ଲାଲଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ଖୋଳତାଡ଼ କରିଛନ୍ତି।

Zilla Parishad
ସଂରକ୍ଷଣ ତାଲିକାକୁ ନେଇ ତୀବ୍ର ହେଉଛି ପ୍ରତିବାଦ, ସରକାର କେମିତି କରିବେ ସମାଧାନ ?

ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।

ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା
ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା

ଶ୍ୱେତା ନାଁରେ ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ଥାନାରେ ୪୬ରୁ ଅଧିକ ମାମଲା ରହିଛି। ତା' ନାଁରେ ୬ଟି ହତ୍ୟା, ୫ଟି ଗୁଳିକାଣ୍ଡ, ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସରକାରୀ ଗାଡ଼ି ପୋଡ଼ି ଭଳି ସଂଗୀନ ମାମଲା ରହିଛି। ଶ୍ୱେତା ମୁଣ୍ଡରେ ୪ ଲକ୍ଷରୁ ପୁରସ୍କାର ଥିଲା।

ପଛୁଆବର୍ଗଙ୍କୁ ୪ ଜିଲ୍ଲା
ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ

୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଦିଆଯାଇଥିବା କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ କିତା ଚିଠା ଉକ୍ତ ଧାରାର ଉପଧାରା(୪) ଅନୁସାରେ ପ୍ରକାଶ କରାଯାଇଛି।

Primary School Students
ସାମାନ୍ୟ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କ ହେବ ତୁରନ୍ତ ଚିକିତ୍ସା

ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।

Gosebak Ashok Sahu
ଗୋସେବକ ଅଶୋକ ସାହୁ, ଗୋରୁଗାଈଙ୍କ ପାଇଁ ଗଢିଛନ୍ତି ଆଶ୍ରମ

ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ । ଏ କଥାକୁ ହୃଦୟଙ୍ଗମ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ଗୋ-ଆଶ୍ରମଟିଏ ତିଆରି କରିଛନ୍ତି ବରଗଡ ଜିଲ୍ଲା ପହ୍ମପୁର ଅଂଚଳର ଅଶୋକ ସାହୁ।

Murder
ମହିଳାଙ୍କୁ ୨ ଖଣ୍ଡ କରି ନଦୀରେ ଭସାଇ ଦେଲେ ଦେଢ଼ଶୁର, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି।

Flight
ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।

Orphan Girl Delivers Newspaper
ସ୍ୱାଭିମାନୀ ନିରୁପମା: ବାପାମା’ ଆରପାରିକୁ ଯିବା ପରେ ଭାଙ୍ଗିନି ମନୋବଳ, ଖବରକାଗଜ ବିକ୍ରି କରି ଚଳୁଛନ୍ତି

ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି।

bus fare
ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।

Bread Idli
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ବ୍ରେଡ୍ ଇଡ୍‌ଲି’

ସକାଳ କିମ୍ବା ସଂଧ୍ୟା ଜଳଖିଆରେ ଇଡ୍‌ଲି ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ । ଆପଣ ଘରେ ଚାଉଳ ଓ ସୁଜିରେ ପ୍ରସ୍ତୁତ ହୋଇଥିବା ଇଡ୍‌ଲି ଖାଇଥିବେ । ତେବେ ବ୍ରେଡ୍‌ରେ ପ୍ରସ୍ତୁତ ଇଡ୍‌ଲି ଆପଣ କେବେ ଖାଇଛନ୍ତି କି ?ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ଇଡ୍‌ଲି’। ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

Manish Anurag
ମନୀଷ ମୃତ୍ୟୁ ଘଟଣା ଉପରୁ ହଟିଲା ପରଦା: କେମିତି ହୋଇଥିଲା ମୃତ୍ୟୁ ? ହେଲା ବଡ଼ ଖୁଲାସା...

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। 

dhenkanal
ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ନିରୀହ ଆଦିବାସୀ : ଅପହଞ୍ଚ ଇଲାକାରେ ପଡ଼ୁନି ପ୍ରଶାସନର ପାଦ ଚିହ୍ନ

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ

Woman Allegedly Gang Raped
ଲିଫ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ! ନଦୀ କୂଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Coronavirus
ଓଡ଼ିଶାରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ ପଜିଟିଭ୍‌

୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି।

dhenkanal
ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି

Blast At Raipur Railway Station
CRPF ଯବାନଙ୍କୁ ନେଇ ଯାଉଥିବା ଟ୍ରେନ୍‌ରେ ବିସ୍ଫୋରଣ

ଛତିଶଗଡ଼ ରାୟପୁର ରେଲ୍‌ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍‌ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍‌ପିଏଫ୍‌ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ।   

Manish Anurag Death Case
ମନୀଷ ମୃତ୍ୟୁ ମାମଲା : ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ଗିରଫ

ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ ।

Painter
ଦିନେ ଯାତ୍ରାପାର୍ଟି ବ୍ୟାନର ଲେଖୁଥିଲେ : ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ

ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ ହେବା ପାଇଁ ସ୍ଵପ୍ନ ଦେଖିଥିବା ପ୍ରଭାତଙ୍କ ବାଟ ଓଗାଳିଥିଲା ଅର୍ଥ।

Durga Visarjan
ମା’ଙ୍କୁ ମେଲାଣି, ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।  

Encounter In Cuttack
କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୋଲିସ୍‌

କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍‌ କାବୁ କରିଛି। ପୋଲିସ ଏନ୍‌କାଉଣ୍ଟରରେ ରାକେଶ ଆହତ ହୋଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 16 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Saturday, 16 October 2021
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

Mystery in Hotel SouthCity
ଚର୍ଚ୍ଚାରେ ରାଜଧାନୀର ହୋଟେଲ୍ ସାଉଥସିଟି: ବ୍ଲୁ ଲାଇଟ୍‌ରେ ରଂଗୀନ ହୁଅନ୍ତି ଗ୍ରାହକ?

ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ।