Advertisment

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣି କି ଓଡ଼ିଶା?

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ।

author-image
Sarbeswar
Jaleswar

Jaleswar

ବାଲେଶ୍ୱର: ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ପ୍ରାୟ ଅଢେଇ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟିରୁ ଟଙ୍କାରୁ ଅଧିକ ହେବ । ଏଥିରୁ ଜଳେଶ୍ୱର ଯେ ଧଳାଜହର ବେପାରର ହବ୍ ପାଲଟିଛି, ସେ ଧାରଣା ସ୍ପଷ୍ଟ ହୋଇଛି।

Advertisment

ଧଳା ଜହରର ପୁରୁଣା ହବ୍, ବାଲେଶ୍ୱରର ଜଳେଶ୍ୱର। ଏଠୁ ଯେତେ ଖୋଳିଲେ, ସେତେ ବାହାରୁଛି ମାରାତ୍ମକ ନିଶା ବ୍ରାଉନସୁଗାର। ଗ୍ରାମ୍ କି ଦୁଇ ଗ୍ରାମ୍ ନୁହେଁ, ଅଢେଇ କିଲୋରୁ ବି ଅଧିକ। ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗର ମିଳିତ ଟିମ୍ ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରେ ଚଢାଉ କରି ଜବତ କରିଛି ଆଖି ଖୋସି ହେବା ଭଳି ପରିମାଣର ଧଳାଜହର । ବିଶେଷ ସୂତ୍ରରୁ ସୂଚନା ପାଇ ବାଲେଶ୍ୱର ଜଳେଶ୍ୱର ଓ ବସ୍ତା ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ୩୫ ଜଣିଆ ଟିମ୍ କାଲି ରାତି ଅଧରେ ମୁକ୍ତାର ଅଲ୍ଲୀ ଘର ଉପରେ ଛାପା ମାରିଥିଲେ। ଘର ଭିତରେ ଅତର୍କିତ ଚଢାଉ କରି ଜବତ କରିଥିଲେ ଦେଢ଼ କେଜି ଓଜନର ବ୍ରାଉନସୁଗାର। ପରେ ଅଧିକ ସର୍ଚ୍ଚ କରିବାରୁ ମୁକ୍ତାର ର ଶାଶୁ ଓ ଘରୋଇ ସହାୟିକାଙ୍କଠୁ ଆଉ ୧ କେଜି ୧୭୫ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ମୋଟ୍ ୫ ଜଣଙ୍କୁ ଉଠାଇନଥିଲା ପୋଲିସ। ବାଲେଶ୍ୱର ଏସପି କହିଛନ୍ତି ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ଅଢେଇ କୋଟିରୁ ଟଙ୍କାରୁ ଅଧିକ ହେବ। ଯାହାକି ନିକଟ ଭବିଷ୍ୟତରେ ଜଳେଶ୍ୱରରୁ ଧଳାଜହର ଜବତରେ ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଜଳେଶ୍ୱରରୁ ବିପୁଳ ପରିମାଣର ଧଳା ଜହର ଜବତ ଘଟଣା ପୋଲିସ କି ଅବକାରୀ ବିଭାଗ ପାଇଁ ନୂଆ ନୁହେଁ। ପୂର୍ବରୁ ଏଠାରୁ ବିଭିନ୍ନ ସମୟରେ ଧରାପଡ଼ିଛି କେଜି କେଜି ଓଜନର ବ୍ରାଉନସୁଗାର। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାର୍ଷିକ ଯେତିକି ବ୍ରାଉନସୁଗାର ଜବତ ହୁଏ, ତା ଭିତରୁ ସିଂହ ଭାଗ ଏଇଠୁ ହିଁ ଧରାପଡ଼େ। ଓଡ଼ିଶା ପୋଲିସର ତଥ୍ୟ କହୁଛି ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ସାରା ରାଜ୍ୟରୁ ଜବତ ହୋଇଛି ମୋଟ ୩୪ କେଜିରୁ ଅଧିକ ଧଳାଜହର। ଆଉ ତା ଭିତରୁ ଏହି ସମୟ ମଧ୍ୟରେ କେବଳ ବାଲେଶ୍ୱର ଜିଲ୍ଲାରୁ ଜବତ ହୋଇଛି ୭ କେଜିରୁ ଅଧିକ। ତେଣୁ ପ୍ରଶ୍ନ ଉଠୁଛି କଣ ବାଲେଶ୍ୱର ଜିଲ୍ଲା, ବିଶେଷକରି ଜଳେଶ୍ୱର ଅଞ୍ଚଳ ହିଁ ବ୍ରାଉନସୁଗାର ବେପାରର ହବ୍ ପାଲଟିଛି କି? ଏସଟିଏଫର ସୂଚନା ଅନୁସାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ବାଂଲାଦେଶରୁ ଏଇ ବାଟ ଦେଇ ହିଁ ଓଡ଼ିଶାକୁ ପ୍ରବେଶ କରିଥାଏ ଏହି ବେଆଇନ୍ ନିଶାଦ୍ରବ୍ୟ । ତେବେ ଉତ୍ପତିସ୍ଥଳରେ ପହଞ୍ଚିବାକୁ ଏସଟିଏଫ୍ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଏସଟିଏଫ୍ ଏସପି।

ବାଲେଶ୍ୱରରୁ ରଞ୍ଜିତ ପାକଳ ଓ ଜଳେଶ୍ୱରରୁ ଅଜିତ ଦାସଙ୍କ ରିପୋର୍ଟ

Odisha Balasore Brown Sugar
Advertisment
Advertisment