Advertisment

ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା।

author-image
Sarbeswar
ଅଦ୍ୟତନ ହୋଇଛି
‘MOST WANTED’ Gobinda Sahu nabbed

‘MOST WANTED’ Gobinda Sahu nabbed

ବଲାଙ୍ଗିର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା।

Advertisment

ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶି ମଧ୍ୟ ବଢାଯାଇଥିଲା । ଘୋଷିତ ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଯାଇଥିବା ନେଇ ବଲାଙ୍ଗୀର ପୋଲିସ ସୂଚନା ଦେଇଥିଲା। ମୋଷ୍ଟ ଓ୍ୱାଣ୍ଟେଡ୍ ଦର୍ଶାଇ ଗୋବିନ୍ଦଙ୍କ ଫଟୋ ମଧ୍ୟ ପୋଲିସ ଜାରି କରିଥିଲା। ବିଭିନ୍ନ ସ୍ଥାନରେ ଗୋବିନ୍ଦ ସାହୁଙ୍କ ପୋଷ୍ଟର ମଧ୍ୟ ପୋଲିସ ମାରିଥିବା ନେଇ ଦେଖିବାକୁ ମିଳିଛି। କିନ୍ତୁ ଶେଷରେ ଏକ ଆଖୁବାଡ଼ିରୁ ଗୋବିନ୍ଦକୁ ଧରିଛି ପୋଲିସ।

Advertisment

ତେବେ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଛି ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କରିଛି କଂଗ୍ରେସ ଦଳ । ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି । ଝିଅମାନଙ୍କର ମାର୍କ ବଢାଇବା ପାଇଁ ଦେହ ବ୍ୟବସାୟ କରାଯାଉଥିଲା ଏବଂ ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଏପରି ସଙ୍ଗୀନ ଅଭିଯୋଗ କରାଯାଇଥିବା ନେଇ ସୂଚନା ମିଳିଛି। ପ୍ରେସମିଟ୍‌ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏପରି ଅଭିଯୋଗ କରିଥିଲେ। ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସ ଟାଣିଛି । ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିବା ନେଇ ଅଭିଯୋଗ କରିବା ସହ ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହିଥିଲେ ସାଲୁଜା।

Mamita Meher Odisha Police LadyTeacherMissingCase Mamita Meher Missing Case Balangir
Advertisment
Advertisment