ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଘଡ଼ଘଡ଼ି ଓ ବଜ୍ରପାତ ନେଇ ଗତକାଲି ପାଇଁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିଲା।
ଜାଣି ଆଶ୍ଚର୍ଯ୍ୟ ହେବେ, ଗିରଫ ହୋଇଥିବା ଜଣେ ହୋଟେଲ ମାଲିକ ଆଗରୁ ମଧ୍ୟ ଦେହ ବ୍ୟବସାୟ କାରବାରରେ ଧରାପଡ଼ି ଗିରଫ ହୋଇଥିଲେ। ତାଙ୍କର ଗତିବିଧିକୁ ନେଇ ପୋଲିସ୍ ଅନେକ ଦିନ ଛକି ରହିଥିଲା ପୋଲିସ। ଆଜି ତାକୁ ଗିରଫ କରିଛି ପୋଲିସ।
ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବାପାଇଁ ଯେଉଁ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିଲା , ତାହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଚିଠି ସମ୍ପର୍କରେ ଅବଗତ କରାଇଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି।
ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି । କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏ ହିସାବ ହେଉଛି ଗତ ୮ ମାସରେ ଜବତ ହୋଇଥିବା ବେଆଇନ ଗଞ୍ଜେଇ ଚାଲାଣର ।
ପୁରା ଫିଲ୍ମ ଷ୍ଟାଇଲ୍ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି।
ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି।
ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ।
ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି
ସୂଚନା ଅନୁସାରେ ୫ ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁରେ ବିବାହ କରିଥିଲେ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ପୁରନ୍ଦର ଗାଁରେ ଦେଶୀ ମଦ ବିକ୍ରୟ କରୁଥୁଲେ । ଆଉ ସେବେଠାରୁ ଅସୁବିଧା ଆରମ୍ଭ ହୋଇଥିଲା ସବୁ ଅସୁବିଧା । ମଦ ବିକ୍ରି କରିବା ସହ ମଦ ପିଇବାରେ ମଧ୍ୟ ଅଭ୍ୟସ୍ତ ଥିଲା ଅଭିଯୁକ୍ତ ସ୍ୱାମୀ ।
ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ
କ୍ୟାପିଟାଲ ହସ୍ପିଟାଲ୍ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍ରେ ଅଛନ୍ତି।
ଘରେ ଆମେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥାଉ । କେବେ ଆପଣ ମୁଗଲାଇ ପରଟା ଖାଇଛନ୍ତି କି? ଆଜି ଆମେ ଆପଣଙ୍କ ପାଇଁ ପରଟାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମୁଗଲାଇ ପରଟା’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।
ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍ ସେ ଖସି ଯାଇଛନ୍ତି।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୮ ତାରିଖ, ସୋମବାର, ତୁଳା ୨ ଦିନ, ଆଶ୍ୱିନ ମାସର ୨୬ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏହି ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରାୟ ୨୩ ଘଣ୍ଟାର ଛାନ୍ଭିନ୍ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪