Advertisment

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି

author-image
Sarbeswar
ଅଦ୍ୟତନ ହୋଇଛି
Kalahandi

Kalahandi

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି। ଏଥିସହ ଘଟଣାର CBI ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ବିଜେପି ଦାବି କରିଛି। ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀ ସହ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ।

Advertisment

ଏପଟେ ଡିଏନ୍ଏ ଟେଷ୍ଟ ପରେ ହଟିବ କି ପରଦା ତାହାକୁ ନେଇ ଚାଲିଛି ଚର୍ଚ୍ଚା ! କଳାହାଣ୍ଡି ମହାଲିଙ୍ଗ୍ରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ଇାରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଣିବା ପାଇଁ ମୃତଦେହର ହେବ ଡିଏନ୍ଏ ଟେଷ୍ଟ। ମମିତାଙ୍କର ସୁନା ଚେନ୍ ସହ ପାଉଁଜି ବି ଜବତ କରିଛି ପୋଲିସ। ତେବେ ମୃତଦେହର ଅବଶେଷଟି କାହାର, ତାହା ଜଣାପଡ଼ିନାହିଁ। କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ । ଅନ୍ୟପଟେ ସନ୍ସାଇନ୍ ଇଂରାଜୀ ସ୍କୁଲ୍ର ମାଲିକ ତଥା ମୋଷ୍ଟ ୱାଣ୍ଟେଡ୍ ସଗୋବିନ୍ଦ ସାହୁକୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଆଣିଛି ପୋଲିସ। ଗୋବିନ୍ଦ ସହ ନିର୍ମାଣାଧିନ ଷ୍ଟାଡ଼ିୟମରେ ମୃତଦେହ ଫିଙ୍ଗିବା ପାଇଁ ଗାତ ଖୋଳିଥିବା ଜେସିବି ଡ୍ରାଇଭରକୁ ବି ଧରିଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଗତକାଲି ଅପରାହ୍ନରେ ଗିରଫ କରାଯାଇଥିଲା। ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ଧରିଥିଲା ପୋଲିସ।

Advertisment

ସେପଟେ, କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ CBI ତଦନ୍ତ ସୁପାରିସ କରିବାକୁ ଚିଠିରେ ଦାବି କରିଛନ୍ତି ପ୍ରଦୀପ୍ତ। ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ।

Kalahandi Bandh BJP Lady Teacher Missing
Advertisment
Advertisment