Advertisment

ମୁହଁ ନଖୋଲିବାକୁ କହିଥିଲା ପୋଲିସ୍‌: ନିଖୋଜ ମମିତାଙ୍କ ବଡ଼ବାପା

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ  ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Lady Teacher Missing Case

Lady Teacher Missing Case

ବଲାଙ୍ଗିର: ମୁହଁ ନ ଖୋଲିବାକୁ କହିଥିଲା ପୋଲିସ। ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମମିତା ମେହେରଙ୍କ ବଡ଼ବାପା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୋଲିସ ମାମଲା ରଖି ନଥିଲା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି ବୋଲି ସେ କହିଥିଲେ।

Advertisment

ତେବେ ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ  ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି। ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମ୍ ମୃତଦେହ ଓ ସୁନା ଚେନ୍ ଓ ପାଉଁଜି ମିଳିବା ମମିତାଙ୍କ ପରିବାର ଲୋକ କହିଛନ୍ତି ଯେ ଘରୁ ଗଲା ବେଳେ ମମିତା ସୁନାଚେନ୍ ଓ ପାଉଁଜି ପିନ୍ଧିଥିଲେ। କିନ୍ତୁ ମୃତଦେହ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଏଯାଏଁ ଡକାଯାଇନି। 

ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମାଟି ତଳୁ ମିଳିଛି ଏକ ଦଗ୍ଧ ମୃତଦେହ। ପୋଡ଼ି ହୋଇଯାଇଥିବା ଏକ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଏହି ମୃତଦେହକୁ ଉଦ୍ଧାର କରିଛି ପୋଲିସ୍। ମୃତଦେହ ନିକଟରୁ ସୁନା ଚେନ୍, ପାଉଁଜି ମିଳିଛି।

Advertisment

ମୃତଦେହ ଓ ଘଟଣାସ୍ଥଳରୁ ପାଖରୁ ମିଳିଥିବା ସାମଗ୍ରୀକୁ ଜବତ କରି ଏବେ ତଦନ୍ତ କରାଯାଉଛି। ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ। ଏହାପରେ ହିଁ ସ୍ପଷ୍ଟ ହେବ କି କାହାର ଏହା ମୃତଦେହ। ଆଜି ମୃତଦେହ ଉଦ୍ଧାର ବେଳେ ପାଖରେ ମମିତା ମେହେରଙ୍କ ପରିବାରଲୋକେ ଉପସ୍ଥିତ ଥିଲେ। ହେଲେ ତାଙ୍କୁ ମୃତଦେହ ଚିହ୍ନଟ କରିବାକୁ ଦିଆଯାଇନି।

Lady Teacher Missing Mamita Meher Missing Case Bolangir
Advertisment
Advertisment