ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଡାଇବେଟିସ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ହୃଦ୍ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।
ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା( Bangladesh Bus Accident ) । ୧୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।
କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
‘ଶାଶୂଘର ବହୁ ଦୂର . . .ମୁଁ ଏତେ ଦୂର ଯିବିନି , ମୋତେ ମୋ ଘରେ ଛାଡ଼ିଦିଅ ’
ଗୋ-ସମ୍ପଦର ବିକାଶ ପାଇଁ ସରକାର ୨୦୨୧ ମସିହାରେ ଆରମ୍ଭ କରିଥିଲେ ‘ମୋ ଗୁହାଳ’ ଯୋଜନା । ଯେଉଁମାନେ ଘରେ ଗାଈ ଗୋରୁ ରଖିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଏ। ପ୍ରତି ହିତାଧିକାରୀଙ୍କୁ ମିଳିଥାଏ ୧ ଲକ୍ଷ ୧୩ ହଜାର ଟଙ୍କା ସହାୟତା ରାଶି । କିନ୍ତୁ ମାଲକାନଗିରି ଜିଲ୍ଲାରୁ ଆସିଛି ‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତିର ଖବର।
ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।
ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍ ।
ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି
ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?
ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା ବରବାଡି କେନାଲ ଛକରେ ଲୁଟ୍ ପାଇଁ ପ୍ଲାନ୍ କରୁଥିବା ବେଳେ ମାଡି ବସିଥିଲା ପୋଲିସ୍ । ପୋଲିସର ଅଚାନକ ଚଢାଉ ବେଳେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ବାନ୍ଧିଛି ପୋଲିସ୍।
କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସବୁଠୁ ଆଶ୍ଟର୍ଯ୍ୟ କରିଥିଲା ଯେତେବେଳେ ଜଣେ ରୋଗୀ ଗାଡି ନପାଇବା ପରେ ରାସ୍ତା କଡରେ ବସିପଡିଥିଲେ । ତାଙ୍କର ଅସୁବିଧା କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ଦେହ ଖରାପ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ ଚିକିତ୍ସା ପାଇଁ । ୮ ଦିନ ମେଡିକାଲରେ ବି ରହିଲେ । କିନ୍ତୁ ଘରକୁ ଫେରିବା ବେଳେ ଗାଡି ପାଇଲେନାହିଁ । କଷ୍ଟେମଷ୍ଟେ ଯେତିକି ବାଟ ପାରିଲେ ସେତିକି ଚାଲିଲେ। ଆଉ ଯେଉଁଠି ନପାରିଲେ ସେଇଠି ବସିଲେ।
ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି ? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍ ।
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।
‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।
ବାଲେଶ୍ୱର ସହରରେ ଆଜି ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ କିଛି ସମୟ ଧରି ବର୍ଷା ଲାଗି ରହିଥିଲା । ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ବି ହୋଇଥିଲା ।
ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।
ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।