ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।
ପ୍ରଥମେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଲା, ପରେ ଦୁଷ୍କର୍ମ କଲା। ଏତିକିରେ ଥମିନଥିଲା ଅତ୍ୟାଚାର, ଛାତ୍ରୀଙ୍କ ଛାତିରେ ବ୍ଲେଡ୍ରେ ନିଜ ନାଁ ଲେଖି ଧମକ ମଧ୍ୟ ଦେଲା ଅଭିଯୁକ୍ତ।
ଏମିତି ସମସ୍ୟା ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍ ରୁମ୍ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।
ଏଠାରେ ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ କିମ୍ବା ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ନୁହେଁ । ତଥାପି ସରକାର ସବୁ ଦାୟିତ୍ୱ ନେଇଥାନ୍ତି ।
ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ମାନବିକ ଅଧିକାର ଏଠାରେ ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ।
ନୀଳମାଧବ ନିଜେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜେ ସୁନା ରଖି ଋଣ ଆଣିପାରିନଥିଲେ l ବରଂ ନିଜର ଚିହ୍ନା ପରିଚିତ ଲୋକଙ୍କୁ ହାତ କରି ନିଜ ସୁନା ଦେଇ ବ୍ୟାଙ୍କରୁ ଋଣ ହାତେଇଥିବା ସମ୍ପୃକ୍ତ ବଣିଆଙ୍କ ନାମରେ ଅଭିଯୋଗ ହୋଇଛି l ହେଲେ ପରେ ଜଣାପଡିଥିଲା ଯେ, ବନ୍ଧକ ଥିବା ସୁନା ନକଲି l ବ୍ୟାଙ୍କରେ ଅଡିଟ ସମୟରେ ବନ୍ଧକ ଥିବା ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା l ତେବେ ଏନେଇ ଗ୍ରାହକଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖବର ଦେବା ପରେ ଏବେ ଚିନ୍ତା ବଢିଛି ।
ବ୍ୟାନ୍ ହଟିବା ପରେ ଟ୍ରମ୍ପ ଫେସ୍ବୁକ୍ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି।
ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ସହର ଭିତରେ ଥିବା କ୍ୟାବିନ ଏବଂ ଉଠାବ୍ୟବସାୟୀ । ହେଲେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଖୋର୍ଦ୍ଧାର ହାବେଳି ପଡ଼ିଆ ଏବଂ ଟି.ଏଲ୍.ସି ପାଖ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ବ୍ୟବସାୟୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।
ଅଷ୍ଟ୍ରେଲିଆ କରିଥିଲା ୧୮୮ ରନ୍ । ସିରିଜରେ ଭାରତ ୧-୦ରେ ଆଗୁଆ ।
ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ା ଗତ ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ଅଧିକ ବଢ଼ିବ।
ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି।
ଦୀର୍ଘ ୧୩ ବର୍ଷ ଧରି ଯନ୍ତ୍ରଣା ପାଉଥିଲେ ମହିଳା, SCB ଡାକ୍ତର ଦେଲେ ନୂଆ ଜୀବନ ।
ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।
ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି ହୋଇ ୫ ଜଣ ଆହତ ହୋଇଛନ୍ତି। ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି।
ଶଶି କପୁର ଏକ ଚଳଚ୍ଚିତ୍ର ପରିବାରର ଥିଲେ ମଧ୍ୟ ସେ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜନ୍ମ ହେବା ପୂର୍ବରୁ ମା’ ତାଙ୍କୁ ଏ ଦୁନିଆକୁ ନ ଆଣିବା ପାଇଁ ନେଇଥିଲେ ଅନେକ ପଦକ୍ଷେପ। ଅନେକ ପରିଚୟ ପାଇବା ପରେ ବି ଦିନେ ହୋଇଯାଇଥିଲେ କାଙ୍ଗାଳ।
ସାରା ଭାରତରେ ପ୍ରତିବର୍ଷ ୧୮ ମାର୍ଚ୍ଚରେ ‘ଭାରତୀୟ ଅସ୍ତ୍ରଶସ୍ତ୍ର କାରଖାନା ଦିବସ’ ପାଳନ କରାଯାଏ। ପ୍ରଦର୍ଶନୀରେ ବନ୍ଧୁକ, ଗୋଳା-ବାରୁଦ, ରାଇଫଲ, କମାଣ ଇତ୍ୟାଦି ପ୍ରଦର୍ଶନକୁ ସ୍ମରଣ କରାଯାଇଥାଏ। ଆସନ୍ତୁ ଏହାର ଇତିହାସ ଉପରେ ନଜର ପକେଇବା।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।
ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।
୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ ।
ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।