• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ପୋଲିସ୍‌ । ଶ୍ରୀନଗରରେ ରାହୁଲ ଦେଇଥିବା ବିବାଦୀୟ ‍ ବୟାନ୍‌କୁ ନେଇ ଦିଲ୍ଲୀ ପୋଲିସ(Delhi cops) ରବିବାର ତାଙ୍କ ବାସଭବନରେ ପହଞ୍ଚିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଏବଂ ଡିସିପି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଉପସ୍ଥିତ ଅଛନ୍ତି । ହେଲେ ଏକ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାହୁଲଙ୍କୁ ଭେଟି ପାରିନାହାନ୍ତି ।

ପୂର୍ବରୁ ରାହୁଲ ଗାନ୍ଧୀ( Rahul Gandhi)ଙ୍କୁ ଭେଟିବା ପାଇଁ କଂଗ୍ରେସ ନେତା ପବନ ଖେଡ଼ା ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲେ । କିନ୍ତୁ ପୋଲିସ୍‌ ପ୍ରଥମେ ତାଙ୍କୁ ଭିତରକୁ ଯିବା ପାଇଁ ଅନମୁମତି ଦେଇନଥିଲେ । ତେବେ ପରେ ରାହୁଲଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଇଥିଲା । ପୋଲିସ୍‌ ବର୍ତ୍ତମାନ ରାହୁଲଙ୍କ ଘର ସାମ୍ନାରେ ବ୍ୟାରିକେଟ୍‌ ଲଗାଇ ଦେଇଛନ୍ତି । ସେପଟେ ପବନ ଖେଡ଼ା କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଡରାଇବା ପାଇଁ ଉଦ୍ୟମ ହେଉଛି । ସରକାରଙ୍କୁ କ’ଣ ଲାଗୁଛି, ଯେ ସେ ଡରିଯିବେ ? ପବନ ଖେଡ଼ାଙ୍କ ସହିତ ଶକ୍ତି ସିଂ ଗୋହିଲ ଓ ଅଶୋକ ଗେହଲୋଟ୍‌ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି । ତିନି କଂଗ୍ରେସ ନେତା ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଘର ଭିତରେ ହିଁ ଅଛନ୍ତି ।

ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଏକ ବୟାନ୍‌ ଦେଇଥିଲେ । ସେ କହିଥିଲେ ଆଜି ବି ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏଥିନେଇ ଦିଲ୍ଲୀ ପୋଲିସ୍‌ ୧୬ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ ପଠାଇ ପ୍ରଶ୍ନ କରିଥିଲେ, କେଉଁ ମହିଳାଙ୍କ ସମ୍ପର୍କରେ ରାହୁଲ ଏପରି ବୟାନ୍‌ ଦେଇଛନ୍ତି । ରାହୁଲ ଗାନ୍ଧୀ ସେହି ମହିଳାଙ୍କ ନାଁ ପୋଲିସ୍‌ରେ ଦିଅନ୍ତୁ । ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ ରାହୁଲ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସକୁ ଉତ୍ତର ଦେଇନାହାଁନ୍ତି । ନୋଟିସ୍‌ର କୌଣସି ଉତ୍ତର ନମିଳିବା ପରେ ଆଜି ରାହୁଲଙ୍କ ବାସଭବନରେ ହାଜର ହୋଇଯାଇଛି ପୋଲିସ୍‌ ।

ସ୍ୱତନ୍ତ୍ର ସିପି (Law & Order) ସାଗରପ୍ରୀତ ହୁଡା କହିଛନ୍ତି, ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଆସିଛୁ । ଜାନୁଆରୀ ୩୦ରେ ଶ୍ରୀନଗରରେ ରାହୁଲ ଗାନ୍ଧୀ ଏକ ବୟାନ୍‌ ଦେଇଥିଲେ । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ମହିଳାଙ୍କୁ ଭେଟିଛନ୍ତି । ସେମାନେ ରାହୁଲ ଗାନ୍ଧୀଙ୍କୁ କହିଥବେ, ସେମାନେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ସେଥିପାଇଁ ଆମେ ରାହୁଲଙ୍କ ଠାରୁ ପୀଡ଼ିତାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ଆସିଛୁ, ଯଦ୍ୱାରା ସେମାନେ ନ୍ୟାୟ ପାଇପାରିବେ ।

ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ନୋଟିସ ଦେବା ପରେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ କହିଛି , ଆମେ ଆଇନ ଅନୁଯାୟୀ ଉପଯୁକ୍ତ ସମୟରେ ନୋଟିସର ଜବାବ ଦେବୁ । ସରକାର ଭୟଭୀତ ହୋଇ ଏପରି କରୁଥିବା କୁହାଯାଇଛି ।